ଭୁବନେଶ୍ବର: ଆସନ୍ତା ସେପ୍ଟେମ୍ବର ଦ୍ଵିତୀୟ ସପ୍ତାହରୁ ରାଜଧାନୀ ଭୁବନେଶ୍ବରରେ ବିଏମସି ପକ୍ଷରୁ କୁକୁର ଗଣନା ଆରମ୍ଭ ହେବ । ଏନେଇ ବିଏମସି କମିଶନର ଚଞ୍ଚଳ ରାଣା ସୂଚନା ଦେଇଛନ୍ତି । କୁକୁର ଗଣନାରେ ସ୍ଵଛସାଥୀ, ସଫେଇ କର୍ମୀ, BMC ଅଧିକାରୀ ସାମିଲ ହେବେ । ଗଣନା ପୂର୍ବରୁ BMC ପକ୍ଷରୁ ସମସ୍ତଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯିବ । ୧୦ ଦିନ ମଧ୍ୟରେ ଭୁବନେଶ୍ୱରରେ କୁକୁର ଗଣନା ଶେଷ ହେବ । ଭେଟେନାରୀ ଡାକ୍ତରଙ୍କ ପରାମର୍ଶରେ ପ୍ରତି ୱାର୍ଡରେ ଗଣନା ହେବ । ସେମାନଙ୍କ କାନରେ ଟ୍ୟାଗ ଲାଗିବ । ରାଜଧାନୀରେ ଥିବା ସମସ୍ତ କୁକୁରଙ୍କ ତଥ୍ୟା ବିଏମସି ପାଖରେ ରହିବ। ପୋଷା କୁକୁର ମାଲିକ କିଏ, ବୁଲା କୁକୁର କୁଆଡ଼େ ଯାଉଛନ୍ତି ତାହାର ସବୁ ତଥ୍ୟ ରହିବ ।
ସୂଚନା ଯୋଗ୍ୟ, ରାଜ୍ୟରେ ୭ ଲକ୍ଷ ବୁଲା କୁକୁର ଥିବାବେଳେ ୬୪ ହଜାର ପୋଷା କୁକୁର ଅଛନ୍ତି । ରାଜ୍ୟରେ ଥିବା ସମସ୍ତ ବୁଲା କୁକୁରଙ୍କ ଗଣନା କରିବେ ରାଜ୍ୟ ସରକାର । ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ବନ୍ଧ୍ୟାକରଣ, ଗଣନା ଓ ଟୀକାକରଣ କରାଯିବା ନେଇ ସୂଚନା ଦେଇଥିଲେ ବିଭାଗୀୟ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । କୁକୁର ଗଣନା ମାଧ୍ୟମରେ କୁକୁରଙ୍କ ବନ୍ଧ୍ୟାକରଣ ଏବଂ ଭ୍ୟାକ୍ସିନ ହୋଇଛି କି ନାହିଁ ସମସ୍ତ ତଥ୍ୟ ରହିବ। ଫଳରେ କୁକୁରଙ୍କ ସ୍ବାସ୍ଥ୍ୟ ଅବସ୍ଥା ଜାଣିହେବ। କୁକୁରମାନଙ୍କର ସୁରକ୍ଷା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି ।