ଖଲ୍ଲିକୋଟ: ଗଞ୍ଜାମ ପୋଡମପେଟା ସମୁଦ୍ରରେ ଓଲଟିଲା ବୋଟ୍ । ଅଳ୍ପକେ ବର୍ତ୍ତିଲେ ୬ ମତ୍ସ୍ୟଜୀବୀ, ଜଣେ ନିଖୋଜ । ନିଖୋଜ ବ୍ୟକ୍ତି ଜଣକ ଛତ୍ରପୁର ବ୍ଲକ ନୋଳିଆ ନୂଆଁଗାଁର ଏଙ୍ଗ. କାଲେୟା ବୋଲି ଜଣାପଡିଛି। ନିଖୋଜଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି ।
ସୂଚନା ଅନୁଯାୟୀ ନୋଳିଆ ନୂଆଁଗାଁର ୭ଜଣ ମତ୍ସ୍ୟଜୀବୀ ମାଛ ଧରିବା ପାଇଁ ସମୁଦ୍ରକୁ ଯାଇଥିଲେ । ମାଛ ଧରିବା ବେଳେ ଉଚ୍ଚ ଜୁଆର ମାଡ଼ରେ ପୋଟମପେଟା ନିକଟରେ ଡ଼ଙ୍ଗାଟି ଓଲଟି ପଡ଼ିଥିଲା । ୬ଜଣ ମତ୍ସ୍ୟଜୀବୀ ସମୁଦ୍ର କୂଳକୁ ଆସିଥିବା ବେଳେ ଜଣେ ନିଖୋଜ ଅଛନ୍ତି। ଅଗ୍ନିଶମ ବାହିନୀ ଦ୍ବାରା ଘଟଣାସ୍ଥଳରେ ଖୋଜାଖୋଜି ଜାରି ରହିଛି ।ସେହିପରି ପୂର୍ବରୁ ମଧ୍ଯ ୨୧ ତାରିଖରେ ମାଛ ଧରିବାକୁ ଯାଇ ସମୁଦ୍ରରେ ଫସି ଯାଇଥିଲେ ୪ ମତ୍ସ୍ୟଜୀବୀ । ତେବେ ଏକ ସପ୍ତାହ ପରେ ସମୁଦ୍ରରୁ ଫେରିଲେ ୪ଜଣ ମତ୍ସ୍ୟଜୀବୀ । ମାଛ ମାରୁଥିବା ସମୟରେ ପ୍ରବଳ ବେଗରେ ପବନ ବୋହିବା ଫଳରେ ବୋଟଟି ଓଲଟି ପଡିଥିଲା । ଏଭଳି ଘଟଣା ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଚୂଡ଼ାମଣି ପଞ୍ଚାୟତରେ ଘଟିଥିବା ସୂଚନା ରହିଛି ।
ଅଧିକ ପଢନ୍ତୁ :- ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ବର୍ଷା : ଆଜି ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି