ଭଦ୍ରକ: ୫୦ ଫୁଟ୍ ଉଚ୍ଚ ପାଣି ଟାଙ୍କି ଉପରକୁ ଚଢିଗଲା ଷଣ୍ଢ। ଭଦ୍ରକ ତିହିଡ଼ି ବ୍ଲକ ତଳବନ୍ଧ ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଷଣ୍ଢକୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ପ୍ରଶାସନକୁ ନାକେଦମ୍ ହେବାକୁ ପଡିଛି। ଶେଷରେ ୯ ଘଣ୍ଟାର କସରତ ପରେ ଷଣ୍ଢଟିକୁ ସୁରକ୍ଷିତ ଭାବେ ତଳକୁ ଅଣାଯାଇଛି।
ସୂଚନା ମୁତାବିକ, ଷଣ୍ଢଟି ପ୍ରାୟ ୯ ଘଣ୍ଟା ହେଲା ପାଣି ଟାଙ୍କି ଉପରେ ଫସିରହିଥିଲା। ଏନେଇ ଖବର ମିଳିବା ମାତ୍ରେ ତୁରନ୍ତ ଘଟଣାସ୍ଥଳରେ ଅଗ୍ନିଶମ ଟିମ୍, ପ୍ରାଣୀସମ୍ପଦ ଅଧିକାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ବିଡିଓ, ତହସିଲଦାର ବି ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଉପରେ ନଜର ରଖିଥିଲେ। ଅଗ୍ନିଶମ ଅଧିକାରୀ ଷଣ୍ଢକୁ କିପରି ସୁରକ୍ଷିତ ଭାବେ ତଳକୁ ଅଣାଯିବ, ସେନେଇ ପ୍ରୟାସ ଚଳାଇଥିଲେ। ଶେଷରେ ୯ ଘଣ୍ଟାର କସରତ ପରେ ଉଦ୍ଧାର କରାଯାଇଛି।