ସୁନ୍ଦରଗଡ଼: ଆଜି ଗୋଟିଏ ଦିନରେ ଦୁଇ ଦୁଇ ଜଣଙ୍କୁ ଲାଞ୍ଚ ନେବା ବେଳେ ଧରିଛି ଭିଜିଲାନ୍ସ । ସୁନ୍ଦରଗଡ଼ ସିଡିଏମ୍ଓ କାର୍ଯ୍ୟାଳୟର ଜାତୀୟ ସ୍ୱାସ୍ଥ୍ୟ ମିଶନର କନିଷ୍ଠ ଯନ୍ତ୍ରୀ ସୁମନ୍ତ ନାଏକ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ।
ଜଣେ ଠିକାଦାର ଏକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର କୋଠା ଏବଂ କର୍ମଚାରୀଙ୍କ କ୍ୱାର୍ଟର୍ ନବୀକରଣ ପାଇଁ ଆଗୁଆ ଜମା ରାଶି ଦେଇଥିଲେ । ନବୀକରଣ କାର୍ୟ୍ୟ ଶେଷ ହେବା ପରେ ଜମା ରାଶି ଫେରାଇବାକୁ ଠିକାଦାର ଜଣକ ଆବେଦନ କରିଥିଲେ । ମାତ୍ର କନିଷ୍ଠ ଯନ୍ତ୍ରୀ ଉକ୍ତ ଜମି ରାଶିକୁ ଫେରାଇବାକୁ ୫,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ । ଏଥିପାଇଁ ଆବଶ୍ୟକୀୟ କାଗଜପତ୍ର କାମ ମଧ୍ୟ ଆଗକୁ ବଢ଼ାଇ ନ ଥିଲେ ।
ଏହାପରେ ଠିକାଦାର ଜଣକ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ । ଆଜି ତାଙ୍କ କାର୍ୟ୍ୟାଳୟ ଭିତରେ ଠିକାଦାରଙ୍କ ଠାରୁ ଲାଞ୍ଚ ନେଉଥିବାବେଳେ ସେଠାରେ ଛଦ୍ମ ବେଶରେ ଉପସ୍ଥିତ ଥିବା ଭିଜିଲାନ୍ସ ଟିମ୍ ଜେଇଙ୍କୁ ଧରିଥିଲେ । ଜେଇଙ୍କ ନିକଟରୁ ଉକ୍ତ ୫ ହଜାର ଟଙ୍କା ଜବତ କରାଯାଇଛି ।
ଏହା ଭିଜିଲାନ୍ସ ପକ୍ଷରୁ ଜେଇଙ୍କ ତିନୋଟି ଠିକଣାରେ ଚଢ଼ଉ ଆରମ୍ଭ ହୋଇଛି ।