ଭୁବନେଶ୍ୱର: ରାଜ୍ୟର ଯୁବପୀଢ଼ିଙ୍କ ପାଇଁ ଆସିଛି ଖୁସି ଖବର । ଓଡ଼ିଶା ପୋଲିସରେ ମିଳିବ ବଡ଼ ନିଯୁକ୍ତି ସୁଯୋଗ । ଓଡ଼ିଶା ପୋଲିସର ବିଭିନ୍ନ ବିଭାଗରେ ସାଢ଼େ ୭ ହଜାରରୁ ଉର୍ଦ୍ଧ୍ୱ ପଦବୀ ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ରାଜ୍ୟ ଗୃହ ବିଭାଗ ଓୟୁଏସ୍ଏସ୍ଏସସିକୁ ଚିଠି ଲେଖିଛନ୍ତି ।
ଓଡ଼ିଶାରେ ପୋଲିସରେ ମୋଟ ୭୬୬୪ ପଦବୀ ପୂରଣ ପାଇଁ ଗୃହ ବିଭାଗ ଚିଠି ଲେଖିଛି । ଯୋଗାଯୋଗ ବିଭାଗର ୩୦୦ କନଷ୍ଟେବଳ, ଓଆଇଏସ୍ଏଫ୍ ୨୨୧୨ କନଷ୍ଟେବଳ ପଦବୀ, ସିଭିଲ୍ କନଷ୍ଟେବଳ ୪୨୧୯ ଏବଂ ୯୩୩ ଏସ୍ଆଇ ପଦବୀ ପୂରଣ ହେବ ।
ଏହି ସମସ୍ତ ପଦବୀ ପୂରଣ ପାଇଁ ପ୍ରଥମେ ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡକୁ ଦାୟିତ୍ୱ ଦିଆଯାଇଥିଲା । ମାତ୍ର କୌଣସି କାରଣବଶତଃ ନିଯୁକ୍ତି ପ୍ରକ୍ରିୟା ହୋଇପାରିନଥିଲା । ସେଥିପାଇଁ ଗୃହ ବିଭାଗ ଏହି ଦାୟିତ୍ୱ ଓୟୁଏସ୍ଏସ୍ଏସସିକୁ ନ୍ୟସ୍ତ କରିଛି ।