ନୀଳଗିରି : ବାରମ୍ବାର ରିଲ୍ସ ସାଜୁଛି କାଳ। କ୍ଷଣକ ମଧ୍ୟରେ ଚାଲିଯାଉଛି ଜୀବନ। ବୁଦ୍ଧି ଭ୍ରଷ୍ଟ କରୁଛି ଏହି ସୋସିଆଲ ମିଡିଆ। ଲାଇକ ଓ ଫଲୋଅର୍ସ ପାଇବା ପାଇଁ ଜୀବନକୁ ବାଜିରେ ଲଗାଇ ବିପଦଜନକ ଷ୍ଟଣ୍ଟ କରିବାକୁ ପଛାଉନାହାଁନ୍ତି ଆଜିକାଲିର ଯୁବପିଢି। ସେହିପରି ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ପାଟଣା ଛକରେ ରିଲ୍ସ କରିବା ମହଙ୍ଗା ପଡିଛି। ବାଇକ ଷ୍ଟଣ୍ଟ କରୁଥିବାବେଳେ ୬ ବାଇକ୍ ମଧ୍ୟରେ ସିରିଜ୍ ଦୁର୍ଘଟଣା। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଗୁରୁତର ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି ଅଛନ୍ତି।
ସୂଚନା ଅନୁସାରେ, ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ପାଟଣା ଛକରେ କିଛି ପିଲା ବାଇକରେ ଷ୍ଟଣ୍ଟ କରୁଥିଲେ। ଏହି ସମୟରେ ବାଇକଟି ଭାରସାମ୍ୟ ହରାଇ ଗୋଟେ ପରେ ଗୋଟେ ୬ଟି ବାଇକକୁ ଧକ୍କା ଦେଇଥିଲା ଯାହାଫଳରେ ସମସ୍ତେ ରାସ୍ତାରେ ଉଭୟ ପାଶ୍ୱରେ ପଡି ଯାଇଥିଲେ। ଏପରିକି ଘଟଣାସ୍ଥଳରେ ହିଁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ତେଣୁ ସମସ୍ତ ଗୁରୁତର ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି। ଖବରପାଇ ଘଟଣାସ୍ଥଳରେ ପୋଲିସ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛି।