ବଲାଙ୍ଗିର: ଭାରତୀୟ ରେଳବିଭାଗ ତରଫରୁ 'ଅମୃତ ଭାରତ ଷ୍ଟେସନ୍ ଯୋଜନା' ଅଧୀନରେ ବଲାଙ୍ଗୀର ରେଳ ଷ୍ଟେସନର ପୁନଃବିକାଶ କାର୍ଯ୍ୟ ସଫଳତାର ସହ ସମ୍ପନ୍ନ ହୋଇଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦ଟି ରାଜ୍ୟରେ ୭୫ଟି ଷ୍ଟେସନ ଉଦଘାଟନ କରିଛନ୍ତି । ୨୦ କୋଟି ଟଙ୍କା ବ୍ୟୟରେ ନୂଆ ରୂପ ପାଇଛି ୧୯୩୧ ମସିହାରେ ନିର୍ମିତ ଏହି ପୁରୁଣା ଷ୍ଟେସନ ।
ବଲାଙ୍ଗୀର ରେଳ ଷ୍ଟେସନ ଓଡ଼ିଶାର ଚିରନ୍ତନ ଐତିହ୍ୟ ସହିତ ଆଧୁନିକ ଭିତ୍ତିଭୂମିର ଏକ ସମନ୍ୱିତ ପ୍ରତୀକ ଭାବେ ଛିଡ଼ା ହୋଇଛି । ଏହା ଯାତ୍ରୀମାନଙ୍କୁ ଏକ ସୁଗମ ଯାତ୍ରା ଅନୁଭୂତି ପ୍ରଦାନ କରିବା ସହିତ ପଶ୍ଚିମ ଓଡ଼ିଶାର ନିରନ୍ତର ଅଭିବୃଦ୍ଧି, ପର୍ଯ୍ୟଟନ ଏବଂ ଅର୍ଥନୈତିକ ବିକାଶରେ ସହାୟକ ହେବ। ଆଧୁନିକ ଷ୍ଟେସନ ଭବନ,ଲିଫ୍ଟ ସହିତ ୧୨-ମିଟର ଓସାର ବିଶିଷ୍ଟ ଫୁଟ୍ ଓଭର୍ ବ୍ରିଜ୍ ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର, ପାର୍କିଂ ବ୍ୟବସ୍ଥା, ପ୍ଲାଟଫର୍ମ ସେଲ୍ଟର, ୱେଟିଂ ହଲ, ଶୌଚାଳୟ, ସୂଚନା ବୋର୍ଡ ସହ ସ୍ଥାନୀୟ କଳା ଓ ସାଂସ୍କୃତି ପ୍ରଦର୍ଶନ କରାଯାଇଛି ।
ପୁନଃବିକଶିତ ବଲାଙ୍ଗିର ରେଳଷ୍ଟେସନ କାର୍ଯ୍ୟକ୍ରମରେ ସାଂସଦ ସଂଗୀତା କୁମାରୀ ସିଂହଦେଓ ,ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ,ଜିଲ୍ଲାପାଳ ଉପସ୍ଥିତ ଥିବା ବେଳେ ବୁଦ୍ଧିଜୀବିଙ୍କ,ସ୍କୁଲ୍ ଛାତ୍ର ଛାତ୍ରୀ ସହ ରେଳବିଭାଗ ଅଧିକାରୀମାନେ ଳଉପସ୍ଥିତ ଥିଲେ।