ଜଗତସିଂହପୁର: ଆଜି ପୁଣି ରାଜ୍ୟର ଦୁଇଟି ଜିଲ୍ଲା କୋର୍ଟକୁ ମିଥ୍ୟା ବୋମା ଧମକ ଆସିଛି । ଝାରସୁଗୁଡ଼ା ଓ ଜଗତସିଂହପୁର କୋର୍ଟକୁ ଇ-ମେଲ୍ରେ ବୋମା ଧମକ ଆସିବା ପରେ ହାଇଆଲର୍ଟ ଜାରି କରାଯାଇଛି । କୋର୍ଟକୁ ସମ୍ପୂର୍ଣ୍ଣ ଖାଲି କରାଯିବା ସହିତ ଯାଞ୍ଚ ଆରମ୍ଭ ହୋଇଥିଲା ।
ପୋଲିସ ଏଥିରେ ତତ୍ପରତା ଦେଖାଇଥିବା ବେଳେ ବୋମା ସ୍କ୍ୱାର୍ଡ, ମେଟାଲ ଡିଟେକଟର, ସନ୍ଧାନୀ କୁକୁର ସାହାଯ୍ୟରେ କୋର୍ଟ ପରିସରକୁ ଯାଞ୍ଚ କରାଯାଇଛି । କିନ୍ତୁ ଉଭୟ କୋର୍ଟରେ କୌଣସି ସନ୍ଦିଗ୍ଧ ସାମଗ୍ରୀ ମିଳିନଥିବା ସ୍ପଷ୍ଟ ହୋଇଛି । ରାଜ୍ୟରେ ଏକାଧିକ କୋର୍ଟକୁ ବୋମାରେ ଉଡ଼ାଇ ଦେବାର ଧମକ ମିଳୁଥିବା ବେଳେ ଜଗତସିଂହ ପୁର ଜିଲ୍ଲାରେ ଏହା ପ୍ରଥମ। ଧମକ ଖବର ପ୍ରକାଶ ପାଇବା ପରେ କୋର୍ଟ ଏଵଂ ଆଖପାଖ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।