ନୂଆଦିଲ୍ଲୀ: ଦେଶରେ ଏସ୍ଆଇଆର୍ ଚାଲିଥିବା ବେଳେ ଲୋକଙ୍କ ମନରେ ଥିବା କିଛି ସଂଶୟକୁ ମାନ୍ୟବର ସର୍ବୋଚ୍ଚ ଅଦାଲତ ଦୂର କରିଛନ୍ତି । ଭୋଟର୍ ତାଲିକାରେ ଯଦି କାହାର ନାଁ ନ ଥାଏ ଉକ୍ତ ବ୍ୟକ୍ତିଙ୍କର କେବେବି ନାଗରିକତା ସମାପ୍ତ ହେବ ନାହିଁ । ଏଥିପାଇଁ ଭିନ୍ନ ପ୍ରକ୍ରିୟା ରହିଥିବା ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ।
ଶୁକ୍ରବାର ପଶ୍ଚିମବଙ୍ଗ ଏସ୍ଆଇଆର୍ ସମ୍ପର୍କିତ ଯାଚିକାର ଶୁଣାଣି ସମୟରେ ସୁପ୍ରିମକୋର୍ଟ ନିର୍ବାଚନ ଆୟୋଗଙ୍କ ଦାୟିତ୍ୱ ଏବଂ କର୍ତ୍ତବ୍ୟକୁ ସ୍ପଷ୍ଟ କରିଛନ୍ତି । ମାନ୍ୟବର ଅଦାଲତ କହିଛନ୍ତି ଯେ କାହାର ନାଗରିକତା ନିର୍ଦ୍ଧାରଣ କରିବା ନିର୍ବାଚନ ଆୟୋଗଙ୍କର ସାମ୍ବିଧାନିକ ଅଧିକାର ନୁହେଁ । ନିର୍ବାଚନ ଆୟୋଗ କେବଳ ମତଦାତା ତାଲିକା ନିୟନ୍ତ୍ରଣ ଏବଂ ପର୍ଯ୍ୟବେକ୍ଷଣ । ଯଦି କୌଣସି ଟ୍ରିବ୍ୟୁନାଲ୍ କୌଣସି ବ୍ୟକ୍ତିଙ୍କ ନାମ ଏସ୍ଆଇଆର୍ ତାଲିକାରେ ଅନ୍ତର୍ଭୁକ୍ତ କରିବାକୁ ବିରୋଧ କରନ୍ତି, ତେବେ ନିର୍ବାଚନ କମିଶନ ନାଗରିକତା ନିର୍ଣ୍ଣୟ ପାଇଁ ମାମଲାଟିକୁ ସମ୍ପୃକ୍ତ ମନ୍ତ୍ରଣାଳୟକୁ ପଠାଇବାକୁ ପଡିବ। କେବଳ ଭୋଟର ତାଲିକାରୁ ନାମ ନଥିବା କାରଣରୁ ନାଗରିକତା ସ୍ୱୟଂଚାଳିତ ଭାବରେ ରଦ୍ଦ ହୋଇଯାଏ ନାହିଁ ।
ପଶ୍ଚିମବଙ୍ଗ ଏସ୍ଆଇଆର୍ ପାଇଁ ନିର୍ବାଚନମଣ୍ଡଳୀ ଭିତ୍ତିକ ସୂଚନା ପାଇଁ ଆବେଦନରେ କୁହାଯାଇଛି। ସୁପ୍ରିମକୋର୍ଟ ଏହି ଆବେଦନର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୫ ତାରିଖରେ କରିବାକୁ ସ୍ଥିର କରିଛନ୍ତି ।