ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ଥିବା ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟର ନାମ ପରିବର୍ତ୍ତନ କରାଯାଇଛି । ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ନାମକୁ ପରିବର୍ତ୍ତନ କରାଯାଇ ଆଞ୍ଚଳିକ ବିଦ୍ୟାଳୟ ଶିକ୍ଷା ନିର୍ଦ୍ଦେଶାଳୟ ହୋଇଛି । ସେହିପରି ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ପଦବୀକୁ ‘ଆଞ୍ଚଳିକ ବିଦ୍ୟାଳୟ ଶିକ୍ଷା ନିର୍ଦ୍ଦେଶକ’ ନାମରେ ନାମିତ କରାଯାଇଛି । ବିଜ୍ଞପ୍ତି ପ୍ରକାଶ ପାଇବଠାରୁ ତତ୍କାଳ କାର୍ଯ୍ୟକାରୀ ହୋଇଛି । ଏହି ନାମ ପରିବର୍ତ୍ତନ ଦ୍ୱାରା ଅଧିକାରୀଙ୍କ ଦାୟିତ୍ୱ, କର୍ତ୍ତବ୍ୟ, କାର୍ଯ୍ୟ, ଦରମା ଉପରେ କୌଣସି ପ୍ରଭାବ ପକାଇବ । ପୂର୍ବ ଭଳି ଏହି ସବୁ ବ୍ୟବସ୍ଥା ବଳବତ୍ତର ରହିବ ।