ଭୁବନେଶ୍ୱର: ବିଦ୍ୟାଳୟ ଭଳି ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ର ମଧ୍ୟ ପରିଚାଳନା କମିଟି ରହିବ । ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ରରେ ପରିଚାଳନା କମିଟି ଗଠନ କରିବାକୁ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତୃଣମୂଳ ସ୍ତରରେ ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକର ଭାଗିଦାରୀ, ଦାୟିତ୍ୱ, ସ୍ୱଚ୍ଛତା ଏବଂ ପ୍ରଭାବଶାଳୀ ପରିଚାଳନା ପାଇଁ ଏହି କମିଟି ଗଠନ କରାଯିବ ।
ସକ୍ଷମ ଅଙ୍ଗନବାଡ଼ି ଓ ପୋଷଣ ୨.୦ ଅଧୀନରେ ଅଙ୍ଗନୱାଡ଼ି ପରିଚାଳନା କମିଟି ଗଠନ ହେବ । ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ବା ସିଡିପିଓଙ୍କ ଦ୍ୱାରା କମିଟି ପ୍ରତିଷ୍ଠା କରାଯିବ । କମିଟିରେ ଅଙ୍ଗନୱାଡ଼ି ସୁପରଭାଇଜର୍ ଅଧ୍ୟକ୍ଷ ରହିବେ । ତତସହିତ କଲେଜ କିମ୍ବା ଯୁକ୍ତ ଦୁଇରେ ପାଠ ପଢ଼ୁଥିବା ଜଣେ ସ୍ଥାନୀୟ ଛାତ୍ରୀ ସଦସ୍ୟ ରହିବେ । ସେହିପରି ସୁଭଦ୍ରା ହିତାଧିକାରୀ କିମ୍ବା ସ୍ୱୟଂ ସହାୟକ ଗୋଷ୍ଠୀର ଜଣେ ସଦସ୍ୟ ଏହି କମିଟିରେ ରହିବେ ।