ଯାଜପୁର: ଯାଜପୁର ରୋଡ ଥାନା ପାନାସିଆ ଗାଁରେ ଏକ ଲୋମଟାଙ୍କୁରା ଦୃଶ୍ୟ ଦେଖିବାକୁ ମିିଳିଛି । ଶଳାର ବେକ କାଟିବା ସହ ଯୈାନାଙ୍ଗକୁ ବ୍ଲେଡରେ କାଟି ଅତି ବିଭତ୍ସ ଭାବେ ହତ୍ୟା କରିଛି ଭିଣୋଇ । ହତ୍ୟାକାଣ୍ଡ ପରେ ଘଟଣାସ୍ଥଳରୁ ଅଭିଯୁକ୍ତ ଭିଣୋଇ ଫେରାର ରହିଥିବା ସୂଚନା ରହିଛି ।
ସୂଚନା ଅନୁସାରେ, କିଛି ଦିନ ହେବ ମିଥୁନଙ୍କ ଭିଣୋଇ କହ୍ନେଇ ବେହେରା ମିଥୁନଙ୍କ ପାଖରେ ରହି ମିସ୍ତ୍ରୀ କାମ କରୁଥିଲେ । କିନ୍ତୁ ଗତକାଲି ପାରିବାରିକ କଳହକୁ ନେଇ ଭିଣୋଇ କହ୍ନେଇ ସହିତ ମିଥୁନଙ୍କ ବଡଭାଇ ରସିକଙ୍କର ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଆଜି ଭୋରୁ ରସିକର ସାନଭାଇ ମିଥୁନକୁ ଲସି ପିଇବା ପାଇଁ କହ୍ନେଇ ଘରର କିଛି ଦୂରକୁ ଡାକି ନେଇଥିଲେ । ଆଉ ସେଠାରେ ଅତି ନିର୍ମମ ଭାବେ ମିଥୁନର ଗଳାକାଟିବା ସହ ବ୍ଲେଡରେ ଯୈାନାଙ୍ଗକୁ କାଟି ଦେଇଥିଲା । ଯାହା ଫଳରେ ମିଥୁନ ମୃତ୍ୟୁବରଣ କରିଥିଲେ ।
ତେବେ ଏନେଇ ମୃତ ମିଥୁନର ବଡଭାଇ ରସିକ ବେହେରା ଯାଜପୁର ଥାନାରେ ଏତଲା ଦେଇଥିଲେ । ଏନେଇ ଖବର ପାଇ ଯାଜପୁର ରୋଡ ପୋଲିସ ପହଂଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାସ୍ଥଳରେ ଅଧିକ ତଦନ୍ତ ଜାର ରଖିଛି ।