ଭୁବନେଶ୍ୱର: ଗୋଟିଏ ପରେ ଗୋଟିଏ ଘୋଷଣା କରି ରାଜ୍ୟ ବାସୀଙ୍କୁ ଚକିତ କରୁଛନ୍ତି ମୋହନ ସରକାର । ରାଜ୍ୟର ସମସ୍ତ ପଦ୍ମ ବିଜେତାଙ୍କ ପାଇଁ ସରକାର ବଡ଼ ଘୋଷଣା କରିଛନ୍ତି । ଯେଉଁମାନେ ଆଜି ଯାଏ ବିଭିନ୍ନ ପଦ୍ମ ସମ୍ମାନରେ ସମ୍ମାନିତ ହୋଇଛନ୍ତି ସେମାନଙ୍କୁ ସରକାର ମାସିକ ସହାୟତା ପ୍ରଦାନ କରିବେ । ପଦ୍ମ ବିଜେତାଙ୍କୁ ରାଜ୍ୟ ସରକାର ମାସକୁ ୩୦ ହଜାର ଟଙ୍କାର ସହୟତା ରାଶି ପ୍ରଦାନ କରିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ଗ୍ରହଣ ନେଇଛନ୍ତି ।
ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟର ୫୫ ଜଣ ଜୀବିତ ପଦ୍ମ ପୁରସ୍କାର ବିଜେତା ଉପକୃତ ହେବେ । ସେମାନଙ୍କୁ ମାସିକ ୩୦ ହଜାର ଟଙ୍କା ଲେଖାଏଁ ସମ୍ମାନ ସୂଚକ ସହାୟକ ରାଶି ପାଇ ପାରିବେ । ଏଥିପାଇଁ ବର୍ଷକୁ ୨ କୋଟି ଟଙ୍କା ଖର୍ଚ୍ଚ ହେବ ।