ଭୁବନେଶ୍ୱର: ରାଜ୍ୟରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ସପକ୍ଷରେ ଆମେ ଥିଲୁ ଏବଂ ଅଛୁ । ଓକିଲ ସଙ୍ଘ ନିଜ ଭିତରେ ଆଲୋଚନା କରି ସ୍ଥିର କରିବା କଥା ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା, କେଉଁଠି ହାଇକୋର୍ଟ ବେଞ୍ଚ ସ୍ଥାପନ ହେବ ବୋଲି କହିଛନ୍ତି ମନ୍ତ୍ରୀ ଶ୍ରୀ ପୂଜାରୀ ।
ରାଜସ୍ୱ ମନ୍ତ୍ରୀ କହିଛନ୍ତି, ସ୍ଥାୟୀ ବେଞ୍ଚ ପାଇଁ ଅନେକ ରାଜ୍ୟରୁ ଦାବି ହେଉଛି। ହାଇକୋର୍ଟ ବିଭାଜନ ହେବା ଲୋକଙ୍କ ଦ୍ୱାରଦେଶରେ ନ୍ୟାୟ ପହଞ୍ଚିବା ପାଇଁ ବେଞ୍ଚ ପ୍ରତିଷ୍ଠା ଦାବି ସପକ୍ଷରେ ଆମେ ଥିଲୁ ଏବଂ ଅଛୁ । ଯଶବନ୍ତ ସିଂହ କମିଶନ ହାଇକୋର୍ଟ ବେଞ୍ଚ ନେଇ ମାପଦଣ୍ଡ ସ୍ଥିର କରିଛନ୍ତି। ଓକିଲ ସଙ୍ଘ ନିଜ ଭିତରେ ଆଲୋଚନା କରି ସ୍ଥିର କରିବା କଥା ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା, କେଉଁଠି ହାଇକୋର୍ଟ ବେଞ୍ଚ ସ୍ଥାପନ ହେବ। ଆଜି ଯାଏଁ କେନ୍ଦ୍ର ସରକାରଙ୍କୁ ଏକ ସମ୍ୱନ୍ୱିତ ପ୍ରସ୍ତାବ ଦିଆଯାଇ ନାହିଁ । ଏ ବାବଦରେ ଓକିଲ ସଂଘ ସହ ଆଲୋଚନା ଚାଲିଛି । ଏକ ସମନ୍ୱିତ ପ୍ରସ୍ତାବ ପଠାଇବାର ଆବଶ୍ୟକତା ଅଛି । ବେଞ୍ଚ ପ୍ରତିଷ୍ଠା ଲାଗି ସ୍ଥାନ ଏବଂ ଆନୁଷଙ୍ଗିକ ବ୍ୟବସ୍ଥା ନେଇ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ ।