ବାଲେଶ୍ବର : ଦିନ ଦ୍ବିପ୍ରହରରେ ଲୁଟ୍ କଲେ ଲୁଟେରା। ବାଲେଶ୍ବର ଜିଲ୍ଲା କମର୍ଦା ଅନ୍ତର୍ଗତ ଦୁଡ଼ପଳ ଗ୍ରାମର ସତୀଶ ଚନ୍ଦ୍ର ସେଠି ଘରକୁ ଫେରୁ ଥିବା ବେଳେ ୨ ଜଣ ଯୁବକ କଳା ଆପାଚୀ ମୋଟର ସାଇକେଲରେ ଲୁଟିନେଲେ ୨ଲକ୍ଷ ଟଙ୍କା । ଘଟଣାକୁ ନେଇ ଥାନାରେ ଅଭିଯୋଗ କରିଛନ୍ତି ଲୁଟର ଶିକାର ବ୍ଯକ୍ତି ।
ସୂଚନା ଅନୁଯାୟୀ ଦୁଡପଳ ଗ୍ରାମର ସତୀଶ ଚନ୍ଦ୍ର ସେଠି ୨ ଲକ୍ଷ ଟଙ୍କା ନେଇ ଥାନା ଛକ ୟୁକୋ ବ୍ୟାଙ୍କ ଜମା ପାଇଁ ଯାଇ ଥିଲେ,ବ୍ୟାଙ୍କ ରେ E kyc ଅସୁବିଧା ଥିବାରୁ ଟଙ୍କା ଜମା ନ କରି ଅଟୋଯୋଗେ ଘରକୁ ଫେରୁ ଥିଲେ, ଅଟୋ ରୁ ଓଲ୍ହାଇବା ପରେ ୨ ଜଣ ଯୁବକ କଳା ବାଇକ ରେ ଆସି ବ୍ୟାଗ ରେ ଥିବା ୨ ଲକ୍ଷ ଟଙ୍କା ଝାମ୍ପି ନେଇ ଫେରାର ହୋଇଛନ୍ତି । ଏ ସମ୍ପର୍କରେ ଶ୍ରୀ ସେଠି ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୋଲିସ ସିସି ଟିଭି ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି ।