ଗଞ୍ଜାମ: ଆନ୍ଧ୍ର ପ୍ରଦେଶରେ ପଥର ଖଣି ବିସ୍ଫୋରଣରେ ପ୍ରାଣ ହରାଇଥିବା ମୃତ ଓଡ଼ିଆ ଶ୍ରମିକଙ୍କ ପାର୍ଥିବ ଶରୀର ଓଡ଼ିଶା ଫେରିଛି । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ୪ ଜଣ ଓଡ଼ିଆ ଶ୍ରମିକଙ୍କ ମୃତଦେହ ପହଞ୍ଚିଛି । ସେହିପରି ଗଜପତି ଜିଲ୍ଲାର ଦୁଇ ଶ୍ରମିକଙ୍କ ମରଶରୀର ପହଁଚିଛି । ଗାଁରେ ମୃତ ଦେହ ପହଁଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।
ଗତକାଲି ଆନ୍ଧ୍ର ପ୍ରଦେଶର ବାପତାଲା ଜିଲ୍ଲା ବାଲିକୁପୁଭା ମଣ୍ଡଳ ମାଲ୍ୟାପେଲମ୍ ଗାଁରେ ପଥର ଖଣିରେ ବିସ୍ଫୋରଣ ହୋଇଥିଲା । ଏଥିରେ ୬ ଜଣ ଓଡ଼ିଆ ଶ୍ରମିକ ପ୍ରାଣ ହରାଇଥିଲେ । ଗଞ୍ଜାମ ଜିଲ୍ଲାର ମୃତକମାନେ ହେଲେ ଦଣ୍ଡ ବଡ଼ତ୍ୟା, ମୁସା ଜେନା, ବନମାଳୀ ବେହେରା ଓ ସନ୍ତୋଷ ଗୌଡ଼ । ସେହିପରି ଗଜପତି ଜିଲ୍ଲାର ୨ ମୃତକ ହେଲେ ଭାସ୍କର ବିଶୋଇ ଏବଂ ଟକୁନ ଦଳାଇ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ପ୍ରତି ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିବାକୁ ଘୋଷଣା କରିଥିଲେ ।