ମୟୂରଭଞ୍ଜ: କୁଳିଅଣା ୧୮ ନମ୍ବର ଜାତୀୟ ରାଜପଥ ଗୁଳିକାଣ୍ଡ ଘଟଣାରେ ମୟୂରଭଞ୍ଜ ପୋଲିସକୁ ବଡ଼ ସଫଳତା ମିଳିଛି । ପୋଲିସ ୬ ଅଭିଯୁକ୍ତଙ୍କୁ ଗିରଫ କରିଛି ।
ଜୁନ୍ ୨୨ରେ ଜାତୀୟ ରାଜପଥ-୧୮ ରେ ଜଣେ ୩୦ ବର୍ଷୀୟ ଯୁବକଙ୍କଠାରୁ ଡକାୟତି ଉଦ୍ୟମ କରିବାବେଳେ ଲୁଟେରାମାନେ ଗୁଳି ମାଡ଼ କରିଥିଲେ । ଫଳରେ ସମ୍ପୃକ୍ତ ଯୁବକ ଗୁରୁତର ହୋଇଥିଲେ । ପୂର୍ବାଞ୍ଚଳ ଡିଆଇଝି ସତ୍ୟଜିତ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ, ଏସ୍ପି ମୟୂରଭଞ୍ଜଙ୍କ ନେତୃତ୍ୱରେ ପୋଲିସ ସିସିଟିଭି ଫୁଟେଜ୍ ଏବଂ ଫୋରେନସିକ୍ ପ୍ରମାଣ ଆଧାରରେ ତଦନ୍ତ କରିଥିଲା । ଗୁଳିକାଣ୍ଡରେ ସମ୍ପୃକ୍ତ ୬ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ଏକ ମାରଣାସ୍ତ୍ର ମଧ୍ୟ ଜବତ କରାଯାଇଛି ।