ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ସବୁ ଥାନାରୁ ଜବତ, ଅବ୍ୟହୃତ ଓ ଅଚଳ ଗାଡ଼ି ହଟିବ । ଏନେଇ ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି । ଜବତ ଗାଡ଼ି ପଡ଼ି ରହିବା ଫଳରେ ସହରର ସୌନ୍ଦର୍ଯ୍ୟ ନଷ୍ଟ ହେଉଛି । ଗାଡ଼ି ହଟିଲେ ଜାଗା ସଫା ହେବ, ରାଜସ୍ବ ବଢିବ ବୋଲି ମେୟର କହିଛନ୍ତି । ଭୁବନେଶ୍ୱର ମହାନଗର ନିଗମ ଏନେଇ ପୋଲିସ୍ କମିଶନରକୁ ଚିଠି କରିବ ।
ଥାନା ସହ ବିଏମ୍ସିର ଅବ୍ୟହୃତ ଓ ଅଚଳ ଗାଡ଼ି ସ୍କ୍ରାପିଂ ହେବ । ଅଚଳ ଗାଡ଼ିକୁ ପକାଇ ନ ରଖି ଏହାକୁ ସ୍କ୍ରାପିଂ କରାଯିବ । ପୁରୁଣା ଗାଡ଼ିକୁ ସ୍କ୍ରାପିଂ କରି ଏହାର ସାମଗ୍ରୀକୁ ଅନ୍ୟତ୍ର ଉପଯୋଗ କରାଯିବ । ଭୁବନେଶ୍ୱରର ସୌନ୍ଦର୍ଯ୍ୟ ବୃଦ୍ଧି କରିବା BMC ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି ।