ଲମତାପୁଟ: ଡ୍ରୋନ ପାଇଁ ଡୁଡୁମା ଜଳପ୍ରପାତରେ ଭାସିଗଲେ ୟୁଟ୍ୟୁବର । ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ଡୁଡୁମା ଜଳପ୍ରପାତରେ । ବ୍ରହ୍ମପୁର ଏବଂ କଟକରୁ ଆସିଥିବା ଦୁଇ ଯୁବ ୟୁଟ୍ୟୁବର ବ୍ଲଗ କରିବା ପାଇଁ ଲମତାପୁଟ ବ୍ଲକ ଡୁଡୁମା ଜଳପ୍ରପାତକୁ ଯାଇଥିଲେ । ଜଳପ୍ରପାତ ନିକଟରେ ଥିବା ମାଛକୁଣ୍ଡ ଡି ଡ୍ୟାମ ଗେଟ ଖୋଲିବା ଫଳରେ ଜଳସ୍ତର ବଢିଯାଇ ଥିଲା । ଦୁଇ ଯୁବ ୟୁଟ୍ୟୁବର ଭିଡିଓ ସୁଟିଂ କରିବା ବେଳେ ବ୍ରହ୍ମପୁରର ସାଗର କୁଣ୍ଡୁ ଜଳପ୍ରପାତରେ ଭାସି ଯାଇ ୫୫୦ ଫୁଟ ତଳକୁ ଖସି ନିଖୋଜ ହୋଇ ଯାଇଛନ୍ତି।
ବ୍ରହ୍ମପୁରର ସାଗର କୁଣ୍ଡୁ ଏବଂ କଟକରୁ ଅଭିଜିତ ବେହେରା ଦୁଇ ଯୁବ ୟୁଟ୍ୟୁବର ବ୍ଲଗ କରିବା ପାଇଁ କୋରାପୁଟ ଜିଲ୍ଲା ଆସିଥିଲେ। କୋରାପୁଟ ଜିଲ୍ଲାର ଭିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲିବା ସହ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିବା ପରେ ଆଜି ଆସିଥିଲେ ଡୁଡୁମା ଜଳ ପ୍ରପାତକୁ । ଜଳପ୍ରପାତ ଉପରେ ମୁଣ୍ଡରେ ଦୁଇ ଯୁବକ ପହଞ୍ଚି ଡ୍ରୋନ ମାଧ୍ୟମରେ ଡୁଡୁମାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ କ୍ୟାମେରାରେ କଏଦ କରୁଥିଲେ । ଅଚାନକ ଜଳପ୍ରପାତର ଜଳସ୍ତର ବଢିବାରେ ଲାଗିଲା। ସାଗରଙ୍କ ସାଙ୍ଗରେ ଥିବା ଅଜିତ ଜଳସ୍ତର ବଢିବା ଦେଖି କୂଳକୁ ଚାଲିଯିବା ପାଇଁ କହି ସେ କୂଳକୁ ଅସି ଯାଇଥିଲେ ।
ସେଠାରେ କିଛି ପର୍ଯ୍ୟଟକ ମଧ୍ୟ କୂଳକୁ ଚାଲି ଆସିଥିଲେ । ସାଗର ଡ୍ରୋନ ଅପରେଟ୍ କରୁଥିବାରୁ ଡ୍ରୋନଟି ଦୂରରେ ରହିତିଲା । ଡ୍ରୋନକୁ ନିଜ ପାଖକୁ ଆଣିବା ଲକ୍ଷ୍ୟରେ ସାଗର ଭିତରେ ଅଟକି ରହିଥିଲେ। ପର୍ଯ୍ୟଟକ ମାନେ ଏବଂ ତାଙ୍କ ସାଙ୍ଗ ବାରମ୍ବାର କହିବା ସତ୍ତ୍ଵେ ସେ କୂଳକୁ ଆସିବାରେ ବିଳମ୍ବ କରିଦେଇଥିଲେ । ଏମିତିକି ପର୍ଯ୍ୟଟକମାନେ ଡ୍ରୋନ ଛାଡ ଏବଂ କୂଳକୁ ଆସିବା ପାଇଁ ଚିତ୍କାର କରିଥିଲେ । କିନ୍ତୁ ଡ୍ରୋନ ଆଣିବା ଚକ୍କରରେ ମଝି ନଈରେ ଫଶି ଯାଇଥିଲେ ସାଗର । ନିକଟରେ ଥିବା ପର୍ଯ୍ୟଟକ ମାନେ ଦୌଡି ମାଧ୍ୟମରେ ଉଧାର ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଡୁଡୁମାର ପ୍ରଖର ଜଳରେ ସେ ଭାସି ଯାଇ ୫୫୦ ଫୁଟ ତଳକୁ ଖସି ଯାଇ ନିଖୋଜ ହୋଇ ଯାଇଛନ୍ତି। ସନ୍ଧ୍ୟା ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଚାଲିଥିଲେ ହେଁ ସାଗରଙ୍କ କୌଣସି ସନ୍ଧାନ ମିଳି ପାରି ନ ଥିଲା।
Also read: ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ୁଥିବାରୁ ପୁଣି ଖୋଲିଲା ଆଉ ୪ଟି ଗେଟ୍