ସମ୍ବଲପୁର: ସମ୍ବଲପୁର ଚାଉଁରପୁର ବ୍ରିଜରୁ ମହାନଦୀକୁ ଡେଇଁ ଜଣେ ସ୍କୁଲ ଛାତ୍ରୀ ନିଖୋଜ ହୋଇଯାଇଥିଲେ । ନିଖୋଜ ଛାତ୍ରୀଙ୍କୁ ଜୀବିତ ଉଦ୍ଧାର କଲେ ଅଗ୍ନିଶମ ବାହିନୀ କର୍ମଚାରୀ । ଘଟଣା ସ୍ଥଳରେ ପୋଲିସ ଓ ସମ୍ବଲପୁର ଅଗ୍ନିଶମ ବିଭାଗ ପହଞ୍ଚି ସର୍ଚ୍ଚ ଅପରେସନ ଜାରି ରଖି ନିଖୋଜ ଛାତ୍ରୀଙ୍କୁ ଉଦ୍ଧାର କରିଛନ୍ତି ।
ସୂଚନା ଅନୁସାରେ, ଛାତ୍ରୀ ଜଣକ ବୁଢାରାଜା ବାଳିକା ହାଇସ୍କୁଲରେ ପାଠ ପଢୁଥିଲେ । ସେ ସମ୍ବଲପୁର ଗୋପାଲମାଳ ଅଞ୍ଚଳରେ ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରେ ରହି ପାଠ ପଢୁଥିଲେ । ଆଜି ସକାଳେ ଛାତ୍ରୀ ଜଣକ ହଠାତ ମହାନଦୀକୁ ଡେଇଁ ପଡ଼ିଥିଲେ । ଏହି ଘଟଣା ପରେ ଖବର ପାଇ, ପୋଲିସ ଓ ସମ୍ବଲପୁର ଅଗ୍ନିଶମ ବିଭାଗର ମିଳିତ ଉଦ୍ୟମରେ ଛାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ବ୍ରିଜ ଉପରୁ ଛାତ୍ରୀଙ୍କ ଏକ ମୋବାଇଲ ଫୋନ୍, ବ୍ୟାଗ୍ , ସାଇକେଲ ସହ ଏକ ଫିନାଇଲ ବୋତଲ ପୋଲିସ ଜବତ କରିଛି । ଉଦ୍ଧାର ହୋଇଥିବା ଛାତ୍ରୀ ଜଣକ ନାବାଳିକା ବୋଲି ଜଣାପଡ଼ିଛି । ତେବେ ଛାତ୍ରୀ ଜଣକ କେଉଁ କାରଣରୁ ମହାନଦୀକୁ ଡେଇଁଥିଲା ତାହାର କାରଣ ଅସ୍ପଷ୍ଟ ରହିଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।
ଅଧିକ ପଢନ୍ତୁ : ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ନଦୀର ଜଳସ୍ତର ବୃଦ୍ଧି, ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ଉପୁଜିବା ଆଶଙ୍କା