ଭୁୁବନେଶ୍ୱର: ବିଜେଡିର ବରିଷ୍ଠ ରାଜନେତା ଅମର ଶତପଥୀଙ୍କ ବିସ୍ଫୋରକ ବୟାନ । ବଡଚଣା ବିଜେଡିକୁ ଭାଙ୍ଗିବା ପ୍ରକ୍ରିୟା ଭୁବନେଶ୍ୱରରୁ ଆରମ୍ଭ ହୋଇଥିଲା । କର୍ମୀ ସେତେବେଳେ ଦଳ ଛାଡନ୍ତି ଯେତେବେଳେ ନେତୃତ୍ୱ ଉପରୁ ଉପରେ ଅନାସ୍ଥା ଆସେ । କର୍ମୀ ଦଳ ଛାଡିବା ଦୁର୍ଭାଗ୍ୟଜନକ । ଏଥିପାଇଁ ବିଜେଡି ହିଁ ଦାୟୀ । କେବଳ ବଡଚଣା ନୁହେଁ, ରାଜ୍ୟର ସବୁ ସ୍ଥାନରେ ବିଜେଡି ଭୁଶୁଡି ଗଲାଣି । ବଡଚଣାରେ ଆମେ ଦଳକୁ ସଙ୍ଗଠିତ କରି ରଖିଥିଲୁ ବୋଲି ଅମର କହିଛନ୍ତି ।
୨୦୨୪ ସାଧାରଣ ନିର୍ବାଚନ ପରଠୁ ବିଜେଡିର ସ୍ଥିତି ଦୁର୍ବଳ ହେବାରେ ଲାଗିଛି । ଦଳର ସଭାପତି ସକ୍ରିୟ ନ ରହିବା ଏବଂ ବିରୋଧୀ ଦଳ ନେତା ଭାବେ ଯେଉଁପରି ଭାବେ ଶାସକ ବିଜେପିକୁ ଟାର୍ଗେଟ୍ କରିବା କଥା ସେମିତି ନ କରିବା ଦଳର କର୍ମୀ ଏବଂ ନେତାଙ୍କୁ ହତୋତ୍ସାହିତ କରୁଛି । ରାଜ୍ୟର ଅନେକ ସ୍ଥାନରେ ବିଜେଡିର ସଂଗଠନ ଦୁର୍ବଳ ହେବାରେ ଲାଗିଥିବା କୁହାଯାଉଛି । ଏହି କ୍ରମରେ ଦିନ ଥିଲା ବିଜେଡିର ଗଡ ଥିବା ବଡଚଣା ନିର୍ବାଚନ ମଣ୍ଡଳୀରେ ଏବେ ବିଜେଡିର ବିସ୍ଫୋରକ ସ୍ଥିତି ଉପୁଜିଛି । ବଡଚଣା ବିଜେଡିର ଅନେକ ନେତା ଓ କର୍ମୀ ବିଜେଡି ଛାଡି ବିଜେପିରେ ମିଶିବାକୁ ଯାଉଛନ୍ତି ।
ଏହାକୁ ନେଇ ବରିଷ୍ଠ ରାଜନେତା ଅମର ଶତପଥୀ ନିରାଶ ବ୍ୟକ୍ତ କରିବା ସହ ବିଜେଡି ଦଳର ଆଭିମୁଖ୍ୟ ପ୍ରତି ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି କର୍ମୀ ସେତେବେଳେ ଦଳ ଛାଡନ୍ତି ଯେତେବେଳେ ଦଳ ଉପରୁ ସେମାନଙ୍କର ଭରସା ତୁଟି ଯାଏ । କେବଳ ବଡଚଣା ନୁହେଁ, ରାଜ୍ୟର ସବୁ ସ୍ଥାନରେ ବିଜେଡି ଭୁଶୁଡି ଗଲାଣି । ଦଳର ସାଂଗଠନିକ ସ୍ଥିତି ଦୁର୍ବଳ ହେବାରେ ଲାଗିଛି । କେବଳ ଆଜି ବଡଚଣାରେ ବିଜେଡିର କର୍ମୀ ଦଳ ଛାଡୁ ନାହାନ୍ତି, ଦଳ ନ ଚେତିଲେ ଆଗକୁ ସ୍ଥିତି ଆହୁରି ସଙ୍ଗୀନ ହେବ ବୋଲି ସେ କହିଛନ୍ତି ।
Also read- ସବୁ ଥାନାରୁ ଜବତ, ଅବ୍ୟହୃତ ଓ ଅଚଳ ଗାଡ଼ି ହଟିଲେ, ରାଜସ୍ବ ବଢିବ: ମେୟର୍