ସମ୍ବଲପୁର: ଖୋଲିଲା ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ୍ । ଏବେ ୧୨ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି। ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା କାରଣରୁ ମହାନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ବର୍ଷା ଜଳ ଜଳଭଣ୍ଡାରକୁ ପ୍ରବେଶ କରୁଛି । ଡ୍ୟାମର ଜଳ ପତ୍ତନ ବଢ଼ିବାରୁ ଆଉ ୪ଟି ଗେଟ୍ ଖୋଲାଯାଇଛି । ତେବେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଧୀରେ ଧୀରେ ବଢୁଥିବା ଯୋଗୁଁ ଆଜି ୪ ଟି ଗେଟ ଖୋଲାଯାଇଥିବା ବେଳେ ଗତକାଲି ସକାଳେ ୪ଟି ଗେଟ୍ ଖୋଲଯାଇଥିବା ବେଳେ ଅପରାହ୍ଣରେ ଆଉ ୪ଟି ଗେଟ୍ ଖୋଲାଯାଇଥିଲା । ଗତକାଲି ଦୁଇଟି ପର୍ଯ୍ୟାୟରେ ୮ଟି ଗେଟ୍ ଖୋଲାଯାଇଥିଲା । ଆଉ ଏବେ ୧୨ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି । .