ନୂଆଦିଲ୍ଲୀ: ବିହାରର ଅରରିୟାରେ ରାହୁଲ ଗାନ୍ଧୀ ଓ ତେଜସ୍ୱୀ ଯାଦବ ମିଳିତ ସାମ୍ବାଦିକ ସମ୍ମିଳନୀ କରି ନିର୍ବାଚନ ଆୟୋଗ ଓ କେନ୍ଦ୍ର ସରକାରଙ୍କ ଉପରେ କଡା ହମଲା କରିଛନ୍ତି । ରାହୁଲ ଅଭିଯୋଗ କରିଛନ୍ତି, ସମଗ୍ର ଦେଶରେ ଭୋଟ୍ ଚୋରି ହେଉଛି ଏବଂ ନିର୍ବାଚନ ଆୟୋଗ ଏହା ଉପରେ ନିରବ ରହିଛନ୍ତି । ତେଜସ୍ୱୀ ଯାଦବ ମଧ୍ୟ କହିଛନ୍ତି ଯେ, ନିର୍ବାଚନ ଆୟୋଗ ଏବେ ‘ଗୋଦି ଆୟୋଗ’ ପାଲଟି ଯାଇଛି ଏବଂ ବିଜେପିର କର୍ମକର୍ତ୍ତା ହୋଇ କାମ କରୁଛି ।
ଋାହୁଲ ଗାନ୍ଧୀ କହିଛନ୍ତି, ଏବେ କୋଟି କୋଟି ଲୋକ ମାନୁଛନ୍ତି ଯେ, ଭୋଟ୍ ଚୋରି ହେଉଛି । ସେ ଅଭିଯୋଗ କରିଛନ୍ତି ଯେ, କର୍ଣ୍ଣାଟକ, ମହାରାଷ୍ଟ୍ର ଓ ହରିୟାଣାରେ ତାଙ୍କ ପାର୍ଟିକୁ ଭୋଟର ତାଲିକା ବି ଦିଆଯାଇ ନ ଥିଲା । ଆମେ କର୍ଣ୍ଣାଟକରେ ଦେଖାଇଲୁ ଯେ, କେମିତି ଭୋଟ୍ ଚୋରି ହେଉଛି । ବିହାରରେ ଏମିତି ହେବାକୁ ଦେବୁନି । ସେ ଏହା ମଧ୍ୟ ତାଙ୍କ ଯାତ୍ରା ସମୟରେ ଛୋଟ ଛୋଟ ପିଲା ଆସି କହୁଛନ୍ତି ଭୋଟ୍ ଚୋରି ହେଉଛି । ନିର୍ବାଚନ ଆୟୋଗ ଯଦି ପିଲାଙ୍କ କଥା ଶୁଣିବେ ତେବେ ସତ୍ୟତା ନିଜେ ଜାଣି ପାରିବେ ।
ରାହୁଲ ଗାନ୍ଧୀ କହିଛନ୍ତି, "ମୁଁ କର୍ଣ୍ଣାଟକର ମହାଦେବପୁରା ସହ ଜଡିତ ତଥ୍ୟ ରଖିଥିଲି ଏବଂ ନିର୍ବାଚନ କମିଶନଙ୍କୁ ପଚାରିଥିଲି ଯେ ୧ ଲକ୍ଷ ନକଲି ଭୋଟର କେଉଁଠାରୁ ଆସିଲେ? ନିର୍ବାଚନ କମିଶନଙ୍କ ଉତ୍ତର ଏ ପର୍ଯ୍ୟନ୍ତ ଆସିନାହିଁ। ମୋର ସାମ୍ବାଦିକ ସମ୍ମିଳନୀର ମଝିରେ, ନିର୍ବାଚନ କମିଶନ ମୋତେ ଏକ ସତ୍ୟପାଠ ମାଗିଥିଲେ। କିଛି ଦିନ ପରେ, ବିଜେପିର ଅନୁରାଗ ଠାକୁର ଏକ ସତ୍ୟପାଠ କରିଥିଲେ, କିନ୍ତୁ ନିର୍ବାଚନ କମିଶନ ତାଙ୍କୁ ସତ୍ୟପାଠ ମାଗି ନଥିଲେ। ମୁଁ ନକଲି ଭୋଟରଙ୍କ ବିଷୟରେ କଥା ହୋଇଥିଲି, ଅନୁରାଗ ଠାକୁର ମଧ୍ୟ ସମାନ କଥା ଦୋହରାଇଥିଲେ, କିନ୍ତୁ ନିର୍ବାଚନ କମିଶନ ତାଙ୍କୁ ସତ୍ୟପାଠ ନ ମାଗିବା ଦର୍ଶାଉଛି ଯେ ନିର୍ବାଚନ କମିଶନ ନିରପେକ୍ଷ ନୁହେଁ।