ଖବର ଓଡିଶା : 18/03/2023:
ଚଳିତ ବର୍ଷ ପିଛା ଛାଡୁନି ମାଟ୍ରିକ ପ୍ରଶ୍ନପତ୍ର ଲିକ୍ ଘଟଣା। ପ୍ରଥମ ଦିନରୁ ହିଁ ମାଟ୍ରିକ ପରିକ୍ଷାରେ ବିଭ୍ରାଟ ଘଟଣା ସାମ୍ନାକୁ ଆସିଥିଲା। ଆଜି ବଲାଙ୍ଗୀରରେ ମଧ୍ୟ ପ୍ରଶ୍ନପତ୍ର ପରୀକ୍ଷା ପୂର୍ବରୁ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏପରିକି ପରୀକ୍ଷା ସକାଳ ୮ଟାରେ ଆରମ୍ଭ ହେଉଥିବାବେଳେ ସକାଳ ୭.୩୦ରେ ମାଟ୍ରିକ ପ୍ରଶ୍ନପତ୍ର ମୋବାଇଲ ରୁ ମୋବାଇଲ ଘୁରିବୁଲୁଛି । ଆଜି ଇତିହାସ ଓ ରାଜନୀତି ବିଷୟ ପରୀକ୍ଷା ପ୍ରଶ୍ନପତ୍ର ବଲାଙ୍ଗୀରରେ ଲିକ୍ ହୋଇଛି। ଫଳରେ ଚଳିତବର୍ଷ ପରିକ୍ଷା ପରିଚାଳନାକୁ ନେଇ ପ୍ରଶ୍ନ ଉଠିଛି। ପ୍ରଶ୍ନପତ୍ର ଲିକ୍ କରିଥିବା ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ ହେବ। ସେହିପରି ନବରଙ୍ଗପୁର ଜିଲ୍ଲାରେମଧ୍ୟ । ପ୍ରଥମେ ହିନ୍ଦୀ ପ୍ରଶ୍ନପତ୍ର ଲିକ ଓ ପରେ ପରେ ସଂସ୍କୃତ ପରୀକ୍ଷାର ଉତ୍ତର ଲିକ ମାଟ୍ରିକ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା । ମେଟ୍ରିକ୍ ପରୀକ୍ଷାକୁ ଶାନ୍ତି ଶୃଙ୍ଖଳା ଓ ସ୍ୱଚ୍ଛ ଭାବେ କରାଯିବାକୁ ଯଥେଷ୍ଟ ପନ୍ଥା ଗ୍ରହଣ କରାଯାଉଛି । ତଥାପି ପ୍ରତିବର୍ଷ କିଛି ନା କିଛି ତ୍ରୁଟି ବିଚ୍ୟୁତି ପରିଲକ୍ଷିତ ହେଉଛି ।