ଅନେକ ସମୟରେ କୌଣସି ନା କୌଣସି କାରଣରୁ ହାତୀ ମୃତ୍ୟୁ ଘଟଣା ସାମ୍ନାକୁ ଆସୁଛି । ତେବେ ହାତୀ ମୃତ୍ୟୁ ନେଇ ଆସିଛି ସଦ୍ୟତମ ରିପୋର୍ଟ ଯେଉଁଥିରେ ଓଡିଶାରେ ସର୍ବାଧିକ ହାତୀଙ୍କ ମୃତ୍ୟୁ ହୋଇଛି । ଓଡିଶାରେ ଗତ ଛଅ ବର୍ଷ ମଧ୍ୟରେ ୧୦୪ଟି ହାତୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆସାମରେ ୧୧୩, ତାମିଲନାଡୁରେ ୭୯, କର୍ଣ୍ଣାଟକରେ ୬୭, ପଶ୍ଚିମବଙ୍ଗରେ ୪୫, ଛତିଶଗଡ଼ରେ ୪୩ ଏବଂ ଝାଡ଼ଖଣ୍ଡରେ ୩୯ଟି ହାତୀଙ୍କ ମୃତ୍ୟୁ ହୋଇଛି ।
ରାଜ୍ୟରେ ୨୦୧୯-୨୦ ବର୍ଷରେ ବିଦ୍ୟୁତ୍ ଆଘାତରେ, ୯ ହାତୀ ପ୍ରାଣ ହରାଇଥିବାବେଳେ, ୨୦୨୦-୨୧ ରେ ୮ ହାତୀ, ୨୦୨୧-୨୨ ରେ ୧୩ ହାତୀ, ୨୦୨୨-୨୩ ରେ ୨୬ ହାତୀ, ୨୦୨୩-୨୪ରେ ୧୫ ହାତୀ ଏବଂ ୨୦୨୪-୨୫ ରେ ୩୩ ହାତୀଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ତେବେ ଖାଲି ବିଦ୍ୟୁତ ଆଘାତ ନୁହଁ ଅନେକ ସମୟରେ ମଣିଷ-ହାତୀ ସଂଘର୍ଷ, ଟ୍ରେନ୍ ଦୁର୍ଘଟଣା, ବିଷକ୍ରିୟା ଏବଂ ଶିକାରୀଙ୍କ ଯୋଗୁଁ ହାତୀ ମୃତ୍ୟୁବରଣ କରୁଛନ୍ତି । ଗତ ୬ ଆର୍ଥିକ ବର୍ଷରେ, ଓଡ଼ିଶାରେ ଯଥାକ୍ରମେ ୧୯ଟି ହାତୀ ଟ୍ରେନ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି । ତେବେ ଗତ ୬ବର୍ଷ ମଧ୍ୟରେ ବିଷକ୍ରିୟା ଯୋଗୁଁ କୌଣସି ହାତୀ ମୃତ୍ୟୁବରଣ ହୋଇନଥିବା ସୂଚନା ରହିଛି । ସେହିପରି କିଛି ହାତୀ ଶିକାରୀଙ୍କ ଜାଲରେ ଫସି ପ୍ରାଣ ହରାଇଥିବା ଜଣାପଡିଛି ।