ଗଞ୍ଜାମ: କ୍ଷେତରେ କାମ କରୁଥିବାବେଳେ ବଜ୍ରାଘାତରେ ୩ ଜଣ ମହିଳା ଏକାବେଳେ ପ୍ରାଣ ହରାଇଛନ୍ତି । ଗଞ୍ଜାମ ଜିଲ୍ଲା ଛତ୍ରପୁର ଅଞ୍ଚଳରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି । ମୃତକ ମାନେ ଛତ୍ରପୁର ବ୍ଲକ ଅନ୍ତର୍ଗତ ସରଭିମ୍ପୁର ଗ୍ରାମର କୁନି ଗୌଡ଼ (୪୨) ଓ ନିରୁପମା ଗୌଡ଼ (୩୫) ଏବଂ ଗଞ୍ଜାମ ବ୍ଲକ ରାଉଳିବନ୍ଧ ଗ୍ରାମର ମିନି ଗୌଡ଼ (୪୭)।
ପ୍ରାପ୍ତ ପ୍ରାଥମିକ ସୂଚନା ଅନୁସାରେ, କୁନି ଗୌଡ଼, ନିରୁପମା ଗୌଡ଼ ଏବଂ ମିନି ଗୌଡ଼ ପୋଟଲାମପୁର ପଞ୍ଚାୟତସ୍ଥିତ ସରଭିମ୍ପୁର ଗ୍ରାମରେ ଏକ ଚାଷ ଜମିରେ ତଳି କାମ କରୁଥିଲେ । ଅପରାହ୍ନ ସମୟରେ ବଜ୍ରପାତ ହେବାରୁ ତିନି ଜଣ ଗୁରୁତର ହୋଇପଡ଼ିଥିଲେ । ସେଠାରେ ଉପସ୍ଥିତ ଅନ୍ୟ ଲୋକମାନେ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ଜଣକ ପରେ ଜଣଙ୍କୁ ମୃତ ଘୋଷଣା କରିଛନ୍ତି ।