କଟକରେ ମେୟର ବିଧାୟକା ମୁହଁମୁହିଁ। ସିଏମ୍ସି ମେୟର ସୁବାସ ସିଂଙ୍କୁ ନ ଡାକି କମିଶନର ଓ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କଲେ ବାରବାଟି ବିଧାୟିକା ସୋଫିଆ ଫିର୍ଦ୍ଦୋଶ। ତାଙ୍କୁ ମେୟରଙ୍କ ବିଷୟରେ ପଚାରିବାରୁ ସେ କହିଛନ୍ତି, କି ମେୟର କାମ କରି ପାରୁନାହାଁନ୍ତି। ମେୟର କଟକ ସହରକୁ ବୁଡ଼ାଇ ଦେଇଛନ୍ତି। ସମୀକ୍ଷା କରି ପାରୁନାହାଁନ୍ତି। ମୁଁ ବିଧାୟିକା ହିସାବରେ ସମୀକ୍ଷା କରିପାରିବି, ସେଥିପାଇଁ କରୁଛି ବୋଲି କହିଛନ୍ତି ବିଧାୟିକା ସୋଫିଆ ଫିର୍ଦ୍ଦୋଶ।
ଅନ୍ୟପକ୍ଷେ, ସୋଫିଆଙ୍କୁ କଡ଼ା ଜବାବ ଦେଇ ମେୟର ସୁବାସ ସିଂ ତାଙ୍କୁ ଆକ୍ସିଡେଣ୍ଟାଲ MLA କହି ତାଚ୍ଛଲ୍ୟ କରିଛନ୍ତି । ତାଙ୍କୁ ସମୀକ୍ଷା କରିବା ପାଇଁ ଅଧିକାର ଦେଲା କିଏ ବୋଲି ସେ ପ୍ରଶ୍ନ କରିଛନ୍ତି। ଏଥିସହ ସୁବାସ ସିଂ କହିଛନ୍ତି ସୋଫିଆ ବିଧାୟକ ହେତୁ କେବଳ ପ୍ରସ୍ତାବ ଦେଇପାରିବେ। କଟକକୁ ତାଙ୍କ ପରିବାର ବିପର୍ଯ୍ୟସ୍ତ କରିଛି। ପୋଖରୀ ପୋତି ବ୍ୟବସ୍ୟାୟ କରିଛନ୍ତି। ଏଭଳି ବିଧାୟିକାଙ୍କୁ ଦେଖିବା କଟକବାସୀଙ୍କ ପାଇଁ ଦୁର୍ଭାଗ୍ୟ ବୋଲି କହିଛନ୍ତି ସୁବାସ ସିଂ। ଏମିତିକି ଉଭୟ ଉଭୟଙ୍କୁ ବ୍ୟକ୍ତିଗତ ଆକ୍ଷେପ କରିବାକୁ ମଧ୍ୟ ପଛେଇ ନାହାଁନ୍ତି ।
ସିଏମସିରେ ବିଧାୟିକାଙ୍କର ଆଜି ଥିଲା ସମୀକ୍ଷା ବୈଠକ ହେଲେ ମେୟରଙ୍କୁ ବୈଠକକୁ ନଡାକି କମିଶନର ଏବଂ ଅଧିକାରୀଙ୍କ ସହ ବୈଠକ କରିଥିଲେ ସୋଫିଆ । ଏ ବାବଦରେ ସୋଫିଆଙ୍କୁ ପଚାରିବାରୁ ସେ କହିଥିଲେ ମେୟର କଟକ ସହରକୁ ବୁଡାଇଦେଇଛନ୍ତି । ସେ ନିଜେ ସଠିକ ଭାବେ ସମୀକ୍ଷା କରି ପାରୁନାହାଁନ୍ତି ଫଳରେ ଅନେକ କାମ ହୋଇପାରୁନାହିଁ। ରାସ୍ତାଘାଟ ସମସ୍ୟା ଠାରୁ ଲୋକଙ୍କ ସମସ୍ୟା ଆମେ ବୁଝୁଛୁ । ମିଟିଂରେ ସେ ବସି ଅଧାରୁ ପଳଉଛନ୍ତି, ଲୋକଙ୍କ କଥା ବୁଝୁନାହାଁନ୍ତି, ସେ ତାଙ୍କ କାମ କରି ପାରୁନାହାଁନ୍ତି ସେଥିପାଇଁ ଆମେ ଅଧିକାରୀମାନଙ୍କୁ ନେଇ ସମୀକ୍ଷା ବୈଠକ କରୁଛୁ । ମୁଁ ବିଧାୟିକା ହିସାବରେ ସମୀକ୍ଷା କରିପାରିବି ସେଥିପାଇଁ କରୁଛି । ଅନ୍ୟପଟେ ସୁବାଷ ସିଂ ସୋଫିଆଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ସୁବାସ କହିଛନ୍ତି, ସୋଫିଆ ହେଉଛନ୍ତି ଆକ୍ସିଡେଣ୍ଟାଲ ଏମଏଲଏ । ତାଙ୍କୁ ସମୀକ୍ଷା କରିବା ପାଇଁ ଅଧିକାର ଦେଲା କିଏ ବୋଲି ପ୍ରଶ୍ନ କରିଛନ୍ତି।
ଅଧିକ ପଢନ୍ତୁ: ଏଥର ଜନତାଙ୍କ ପାଖକୁ ଆସିବ ମୁଖ୍ୟମନ୍ତ୍ରୀଙ୍କ ଫୋନ୍ କଲ୍; ସରକାରୀ ସୁବିଧା ଲୋକଙ୍କୁ ମିଳୁଛି କି ନାହିଁ, ମତାମତ ନେବେ ମୋହନ ସରକାର