ଭୋଗରାଇ: ବାଲେଶ୍ୱର ଜିଲ୍ଲାରେ ଲଜ୍ୟା । ଯୁବତୀଙ୍କୁ ନିଶା ଦେଇ ଅପହରଣ ଓ ପରେ ଗଣଦୁଷ୍କର୍ମର ଶିକାର ହୋଇଥିବା ଯୁବତୀ ଅଭିଯୋଗ କରିଛନ୍ତି । ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଂଚଳରେ ଏପରି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ।
ସୂଚନା ଅନୁସାରେ, ଅନ୍ୟ ଧର୍ମର ଯୁବକ ନିଜକୁ ହିନ୍ଦୁ ପରିଚୟ ଦେଇ ଭୋଗରାଇ ଅଂଚଳ ର ଏକ ଯୁବତୀ ପ୍ରଥମେ ପ୍ରେମ, ଏବଂ ଶାରୀରିକ ସମ୍ପର୍କ ରଖିଥିଲେ । ଯୁବତୀ ଜଣକ ଅନ୍ୟ ଧର୍ମର ହୋଇ ଥିବାରୁ ସେ ବାହାଘର ପାଇଁ ମନା କଲେ । ଯୁବକ ଜଣକ ଯୁବତୀଙ୍କ ବାହାଘର ଦିନ ଭିଡ଼ିଓ ଭାଇରଲ କରି ଦେବେ କହି ଧମକ ଦେଇ ଥିଲେ । ଫଳରେ ଯୁବତୀ ଉକ୍ତ ଯୁବକଙ୍କୁ ସାକ୍ଷାତ କରିବା ପାଇଁ ରାଜି ହୋଇ ଥିଲେ । ଯୁବତୀ ଯୁବକଙ୍କୁ ମଧ୍ୟ ରାତ୍ରିରେ ଏକା ଦେଖା କରିବା ପାଇଁ ଆସି ଥିଲେ । ଯୁବକ ଯୁବତୀଙ୍କୁ ବେହୋସ କରି ବାରିପଦାକୁ ନେଇ ଯାଇ ଥିଲେ । ବାରିପଦାରେ ଯୁବତୀକୁ ଗଣଦୁଷ୍କର୍ମ କରି ୫ ମାସ ଅଟକ ରଖିଥିଲେ । କୌଶଳ କ୍ରମେ ଯୁବତୀ ଖସି ଭୋଗରାଇ ଥାନା ରେ ଉପସ୍ଥିତ ହୋଇ ବୟାନ ଦେଇଛନ୍ତି, ପୂର୍ବରୁ ବାପା ମାର୍ଚ୍ଚ ମାସ ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ।
ଅଧିକ ପଢନ୍ତୁ : ମନ ମୋହୁଛି କିନ୍ନରଙ୍କ କାରିଗରୀ; ନିଜେ ସ୍ୱାବଲମ୍ବୀ ହେବ ସହ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି