ପଦ୍ମପୁର : ଦିନକୁ ଦିନ ହାତୀମାନଙ୍କର ଦୌରମ୍ୟ ବଢ଼ିବାରେ ଲାଗିଲାଣି। ଫଳରେ ଅନେକ ଧନଜୀବନ ନଷ୍ଟ ହୋଇଯାଉଛି। ତେବେ ପୁଣି ଏକ ଦନ୍ତା ହାତୀ ସ୍ୱାମୀ-ସ୍ତ୍ରୀଙ୍କୁ ଦଳି ଦେଇଛି। ବରଗଡ ଜିଲ୍ଲା ପାଇକମାଲ ଥାନା ଟେମରି ପଂଚାୟତର ଧନ୍ଦୁପାଲି ଗାଁରେ ଏହି ଅଘଟଣ ଘଟିଛି। ଫସଲ ଜଗିଥିବା ବେଳେ ଏହି ଦୁଃଖଦ ଘଟଣା ଘଟିଛି। ତେବେ ହାତୀକୁ ଦେଖି ସ୍ଥାନୀୟ ଲୋକେ ବନବିଭାଗକୁ ଖବର ଦେଇଥିଲେ। ଖବରପାଇ ବନବିଭାଗ ଟିମ୍ ଓ ସ୍କାର୍ଡ କର୍ମଚାରୀ ହାତୀପଲଙ୍କ ଗତିବିଧି ଉପରେ ନଜର ରଖିଛନ୍ତି।
ସୂଚନା ଅନୁସାରେ, ବୌଦ୍ଧ ବନାଞ୍ଚଳ ବହିରା ସେକ୍ସନ ଡମ୍ବରୁଗଡ଼ ଜଙ୍ଗଲରେ ୮ ଟିକିଆ ହାତୀ ପଲ ଦେଖିବାକୁ ମିଳିଛି।ସୋନପୁର ବନାଞ୍ଚଳ ଅଞ୍ଚଳରୁ ଆସି ମହାନଦୀ ପାର ହୋଇ ସକାଳେ ଡମ୍ବରୁଗଡ଼ ବିଟ୍ ବିଟ୍ ଅଞ୍ଚଳକୁ ଚାଲି ଆସିଥିଲେ। ସୋମବାର ବିଳମ୍ବିତ ରାତିରେ ଧନ୍ଦୁପାଲି ଗାଁର ଦୁଇଜଣ ସ୍ୱାମୀ ଓ ସ୍ତ୍ରୀ ଫସଲ ଜଗିବା ପାଇଁ ବାରି ପଛପଟେ ଶୋଇଥିଲେ। ଏହି ସମୟରେ ଏକ ଦନ୍ତା ହାତୀ ଉଭୟଙ୍କୁ ଦଳି ଦେଇଥିଲା। ଫଳରେ ଘଟଣା ସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଛି। ଖବର ଘଟଣାସ୍ଥଳରେ ବନବିଭାଗ ଓ ପୋଲିସ ପହଂଚି ତଦନ୍ତ କରୁଛି। ନିକଟରେ ଗାଁଁ ଥିବାରୁ ଲୋକେ ଭୟଭୀତ ହୋଇପଡିଛନ୍ତି। ଏପରିକି ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଦେବା ପାଇଁ ମଧ୍ୟ ଗ୍ରାମବାସୀ ଦାବି କରିଛନ୍ତି।