ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଅଧିକ ଘନୀଭୂତ ହେବ। ଆଗାମୀ ୨ ଦିନରେ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେବ।
ଏହା ପ୍ରଭାବରେ ସାରା ରାଜ୍ଯରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଉତ୍ତର ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ବି ବର୍ଷା ହେବ ।ରାୟଗଡା, ନବରଙ୍ଗପୁର, ମୟୂରଭଂଜ, କୋରାପୁଟ୍, ଜିଲ୍ଲାରେ ସ୍ଥାନେ ସ୍ଥାନେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ୨୯ ତାରିଖ ଯାଏଁ ରାଜ୍ୟରେ ଲଗାଣ ବର୍ଷା ନେଇ ସତର୍କତା ଜାରି ହୋଇଛି। ୨୬ ଓ ୨୭ରେ ୨୪ ଜିଲ୍ଲାକୁ ଅତିପ୍ରବଳ ବର୍ଷା ନେଇ ଅରେଂଜ ଆଲର୍ଟ ଜାରି ହୋଇଛି।