ଭୁବନେଶ୍ୱର: ଆସନ୍ତାକାଲି କୃଷକଙ୍କୁ ନୂଆଁଖାଇ ଭେଟି ପ୍ରଦାନ କରିବେ ରାଜ୍ୟ ସରକାର । ସିଏମ୍-କିଷାନ ଯୋଜନାର କିସ୍ତି ଟଙ୍କା ସମସ୍ତ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ। ଆସନ୍ତା ୨୮ ତାରିଖରେ ‘ନୂଆଁଖାଇ’ ପଡ଼ୁଥିବାରୁ ତାର ପୂର୍ବ ଦିନ ବା ଆସନ୍ତାକାଲି ଗଣେଷ ପୂଜାରେ ସିଏମ୍-କିଷାନ ଟଙ୍କା ପ୍ରଦାନ କରାଯିବ । ସମସ୍ତ ଚାଷୀଙ୍କ ବ୍ୟାଙ୍କଖାତାକୁ ସିଧାସଳଖ ୨ ହଜାର ଟଙ୍କା ଲେଖାଏଁ ପଠାଯିବ। ଏହି ଯୋଜନା ମାଧ୍ୟମରେ ଓଡ଼ିଶାର ୫୨ ଲକ୍ଷ କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ଉପକୃତ ହେବେ। ସିଏମ୍-କିଷାନ ଯୋଜନାରେ ଦୁଇଟି କିସ୍ତିରେ ୪ହଜାର ଟଙ୍କା ରାଜ୍ୟ ସରକାର ସମସ୍ତ ଚାଷୀଙ୍କୁ ପ୍ରଦାନ କରାଯିବ ।
ସୂଚନା ଯୋଗ୍ୟ, ଗତବର୍ଷ ସମ୍ବଲପୁରରେ ‘ନୂଆଁଖାଇ’ ଅବସରରେ ରାଜ୍ୟ ସରକାର ସିଏମ୍-କିଷାନ ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରିଥିଲେ। ଏହି ଯୋଜନା ମାଧ୍ୟମରେ ୯୨୦କୋଟିର ଅଧିକ ଟଙ୍କାର ଆର୍ଥିକ ସହାୟତା ଡେବିଟ ମାଧ୍ୟମରେ ଚାଷୀଙ୍କ ଖାତାକୁ ହସ୍ତାନ୍ତର କରାଯାଇଥିଲା । ଏହା ମାଧ୍ୟମରେ ଚାଷୀମାନେ ଉପକୃତ ହୋଇପାରିବେ ।
ଅଧିକ ପଢନ୍ତୁ :ଏଥର ଜନତାଙ୍କ ପାଖକୁ ଆସିବ ମୁଖ୍ୟମନ୍ତ୍ରୀଙ୍କ ଫୋନ୍ କଲ୍; ସରକାରୀ ସୁବିଧା ଲୋକଙ୍କୁ ମିଳୁଛି କି ନାହିଁ, ମତାମତ ନେବେ ମୋହନ ସରକାର