ନୂଆପଡା: ନୂଆପଡା ଜିଲ୍ଲା ଖଡିଆଳ ଥାନା ତୁକୁଲା ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଦୋକାନରେ ନିଆଁ ଲାଗିଯିବା କାରଣରୁ ଏକ ଦମ୍ପତିଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ମାସର ଶିଶୁ ଜଣଙ୍କ ବର୍ତିଯାଇଛି । ମୃତ ଦମ୍ପତି ହେଉଛନ୍ତି ବ୍ରାହ୍ମଣପଡାର ରାଜେଶ ପଟେଲ ଓ ରୀମା ପଟେଲ ।
ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ ୮ଟାରେ ଉଭୟ ଦମ୍ପତି ଏବଂ ପରିବାର ଲୋକ ବସି କଥା ହେଉଥିଲେ । ଏହି ସମୟରେ ବିଦ୍ୟୁତ ସର୍ଟସର୍କିଟ ହୋଇ ହଠାତ ନିଆଁ ଲାଗିଯାଇଥିଲା । ଯାହା ଫଳରେ ଉଭୟ ଦମ୍ପତି ପୋଡି ଯାଇଥିବା ବେଳେ ରାଜେଶଙ୍କ ବାପା ମା ୯ ମାସର ଶିଶୁକୁ ଧରି ଛାତ ଉପରକୁ ପଳାଇଯାଇଥିଲେ । ଯାହା ପଳରେ ସେମାନେ ଅଳ୍ପକେ ବର୍ତିଯାଇଥିଲେ ।
ତେବେ ଏନେଇ ଖବର ପାଇ ଖଡିଆଳ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ଦମ୍ପତିଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତି କରିଥିଲେ ସୁଦ୍ଧା ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।