ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ମହୁରେ ଆୟୋଜିତ ରଣ ସମ୍ବାଦରେ ଚିଫ୍ ଅଫ ଡିଫେନ୍ସ ଷ୍ଟାଫ(ସିଡିଏସ) ଜେନେରାଲ ଅନିଲ ଚୌହାନ ଅପରସେନ ସିନ୍ଦୂରକୁ ନେଇ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି, ଭାରତ ସର୍ବଦା ଶାନ୍ତି ଚାହେଁ । ଆମେ ଏକ ଶାନ୍ତିପ୍ରିୟ ରାଷ୍ଟ୍ର । ମାତ୍ର ଏହି ଭୁଲ ଧାରଣାରେ ରୁହନ୍ତୁ ନାହିଁ ଯେ, ଆମେ ଶାନ୍ତିବାଦୀ ହୋଇ ପାରିବୁ ନାହିଁ ।
ସେ ଏକ ଲାଟିନ ଦେଶର ଉଦାହରଣ ଦେଇ ଅନୁବାଦ କରିଛନ୍ତି, ଯଦି ଆପଣ ଶାନ୍ତି ଚାହାନ୍ତି, ତେବେ ଯୁଦ୍ଧ ପାଇଁ ପ୍ରସ୍ତୁତ ରୁହ । ଅପରେସନ ସିନ୍ଦୂର ଏକ ଆଧୁନିକ ସଂଘର୍ଷ ଥିଲା, ଯେଉଁଥିରୁ ଆମେ ଅନେକ ଶିକ୍ଷାଲାଭ କଲୁ ଏବଂ ସେଥିରୁ ଅଧିକାଂଶ ଲାଗୁ କରିବା ପାଇଁ ପ୍ରକ୍ରିୟା ଚାଲିଛି ଏବଂ ଆଉ କିଛି ଲାଗୁ ହୋଇ ସାରିଛି । ଅପରେସନ ଏବେ ବି ଜାରି ରହିଛି ।
ଜେନେରାଲ ଅନିଲ ଚୌହାନ କହିଛନ୍ତି, ଭାରତର ପ୍ରତିରକ୍ଷା କ୍ଷମତା ଭବିଷ୍ୟତ ପାଇଁ ବଡ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ଦୁଇ ଦିନ ପୂର୍ବେ ଆପଣ ଶୁଣିଥିବେ ଡିଆରଡିଓ ଏକ ସ୍ୱତନ୍ତ୍ର ଏକିକୃତ ପ୍ରଣାଳୀର ପରୀକ୍ଷଣ କରିଥିଲା । ଭବିଷ୍ୟତର ସୁରକ୍ଷା ଏବଂ ଚ୍ୟାଲେଞ୍ଜିଂର ମୁକାବିଲା ପାଇଁ ମଲଟି ଡୋମେନ ସ୍ତରରେ ପ୍ରସ୍ତୁତ ରହିବା ଦରକାର । ଯେପରିକି ଇଣ୍ଟେଲିଜେନ୍ସ, ସର୍ଭିଲାନ୍ସ, ରିକନିସେନ୍ସ ସ୍ତରରେ ସମନ୍ୱୟର ଆବଶ୍ୟକତା ରହିଛି । ଏହା ବ୍ୟତୀତ ସଂଘର୍ଷ ସ୍ଥିତିରେ ଜଳ, ସ୍ଥଳ, ଆକାଶ ବ୍ୟତୀତ ସମୁଦ୍ର ଭିତରେ ଏବଂ ମହାକାଶରେ ବି ପ୍ରସ୍ତୁତ ରହିବାର ଆବଶ୍ୟକତା ରହିଛି । ଏହି ସବୁ କ୍ଷେତ୍ର ମଧ୍ୟରେ ସମନ୍ୱୟର ଅତି ଆବଶ୍ୟକ ରହିଛି ।
ଜେନେରାଲ ଚୌହାନ କହିଛନ୍ତି, ଇଣ୍ଟେଲିଜେନ୍ସ, ଆଡଭାନ୍ସ କମ୍ପ୍ୟୁଟେସନ, ଡାଟା ଆନାଲିସିସ, ବିଗ ଡାଟା, ଲାର୍ଜ ଲାଙ୍ଗୁଏଜ ମୋଡେଲ୍ସ ଓ କ୍ୱାଣ୍ଟମ ଟେକ୍ନୋଲୋଜିର ଉପଯୋଗ ଜରୁରୀ । ଭ ।ରତ ପରି ବିଶାଳ ଦେଶ ପାଇଁ ଏହି ସ୍ତରର ପ୍ରଜେକ୍ଟ ପାଇଁ ପୂରା ଦେଶର ଭାଗିଦାରୀ ଜରୁରୀ । ମୋର ପୂର୍ଣ୍ଣ ବିଶ୍ୱାସ ଯେ, ଭାରତ ଏହାକୁ ସର୍ବନିମ୍ନ ଏବଂ ଅଳ୍ପ ମୂଲ୍ୟରେ କରି ପାରିବ ।
Also read: ଭାରତ ଉପରେ ୫୦% ଶୁଳ୍କ ଲାଗୁ ହେବ, ବିଜ୍ଞପ୍ତି ଜାରି କଲା ଆମେରିକା