ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ପରବର୍ତ୍ତୀ ଅଧ୍ୟକ୍ଷ କିଏ ହେବ ତା ଉପରେ ଏ ପର୍ଯ୍ୟନ୍ତ ମୋହର ବାଜି ପାରିନାହିଁ । ଏହା ସହିତ ପାର୍ଟି ପକ୍ଷରୁ କୌଣସି ତାରିଖ ସାର୍ବଜନୀନ କରାଯାଇ ନାହିଁ । ଏବେ କୁହାଯାଉଛି ବିଜେପି ବିହାର ବିଧାନସବା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଅଧ୍ୟକ୍ଷ ନାଁଶ ଘୋଷଣା କରିପାରେ । ଏହା ସହ ଆରଏସଏସ ପ୍ରମୁଖ ମୋହନ ଭାଗବତଙ୍କ ସହିତ କେନ୍ଦ୍ର ମନ୍ତ୍ରୀଙ୍କ ସାକ୍ଷାତ ଚର୍ଚ୍ଚାକୁ ଆହୁରି ଜୋର କରିଛି । ବିଜେପି ପକ୍ଷରୁ ଆନୁଷ୍ଠାନିକ ଭାବେ କେବେ ନାଁ ଘୋଷଣା କରାଯିବ ସେ ବିଷୟରେ କିଛି କୁହାଯାଇ ନାହିଁ ।
ଇଣ୍ଡିଆ ଟୁଡେର ରିପୋର୍ଟ ଅନୁସାରେ, ପାର୍ଟିର ହାଇକମାଣ୍ଡ ପକ୍ଷରୁ ସମ୍ଭାବିତ ଆଶାୟୀଙ୍କ ତାଲିକା ପ୍ରସ୍ତୁତ କରାଯାଉଛି । ସେପ୍ଟେମ୍ବର ୯ରେ ଉପରାଷ୍ଟ୍ରପତି ନିର୍ବାଚନ ପରେ ଏହି ନାମ ଉପରେ ବିଚାର କରାଯିବ । ଏହା ପରେ ନୂଆ ଅଧ୍ୟକ୍ଷଙ୍କ ଚୟନ ନେଇ ସୂଚନା ଦିଆଯିବ । ରାଷ୍ଟ୍ରୀୟ ଅଧ୍ୟକ୍ଷ ଚୟନ ପୂର୍ବରୁ ପାର୍ଟି ପ୍ରଥମେ ଉତ୍ତର ପ୍ରଦେଶ, ଗୁଜରାଟ ଓ କର୍ଣ୍ଣାଟକ ପରି ରାଜ୍ୟଗୁଡିକର ସଭାପତି ଚୟନ କରାଯିବ ।
ଦିଲ୍ଲୀରେ ବଡ ମିଟିଂ
ଋବିବାର କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ ସଂଘ ପ୍ରମୁଖ ଭାଗବତଙ୍କ ମଧ୍ୟରେ ବୈଠକ ହୋଇଥିବା କୁହାଯାଉଛି । ରୁଦ୍ଧ ଦ୍ୱାର ବୈଠକରେ ପାଖାପାଖି ୪୫ ମିନିଟ୍ ପର୍ଯ୍ୟନ୍ତ ଆଲୋଚନା ହୋଇଛି । ସବୁଠୁ ବଡ କଥା ଚୌହାନ ଅଧ୍ୟକ୍ଷ ପଦ ଦୌଡରେ ସବୁଠୁ ଆଗରେ ଅଛନ୍ତି । ସବୁଠୁ ଖାସ୍ କଥା ଏହି ବୈଠକ ଦୁଇ ବର୍ଷ ପରେ ହୋଇଛି ।
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ଦୌଡରେ କେନ୍ଦ୍ର ମନ୍ତ୍ରୀ ଜି କିଶନ ରେଡ୍ଡୀ, ଆନ୍ଧ୍ର ପ୍ରଦେଶର ବିଜେପି ପ୍ରମୁଖ ଡି ପୁରନ୍ଦେଶ୍ୱରୀ, ବିଜେପି ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ବନତି ଶ୍ରୀନିବାସନ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଭୂପେନ୍ଦ୍ର ଯାଦବ, ବିଜେପି ନେତା ବିନୋଦ ତାବଡେଙ୍କ ନାଁ ରହିଛି ।
Also read: ‘ପରାଜୟ ପାଇଁ ପାଣ୍ଡିଆନ୍ ନୁହେଁ ନବୀନ ଦାୟୀ‘; ପାଣ୍ଡିଆନକୁ ଏତେ କ୍ଷମତା ଦେଲା କିଏ କହି ବର୍ଷିଲେ ସୌମ୍ୟରଞ୍ଜନ