ମୁମ୍ବାଇ: ରାତି ପାହିଲେ ବିରାଜମାନ ହେଲେ ବିଘ୍ନହର୍ତ୍ତା ପ୍ରଭୁ ଶ୍ରୀଗଜାନନ । ସେଥିପାଇଁ ଦିଲ୍ଲୀଠାରୁ ପଲ୍ଲୀ ଉତ୍ସବମୁଖର ହୋଇପଡ଼ିଛି । କିନ୍ତୁ ମହାରାଷ୍ଟ୍ର ଗଣେଶ ପୂଜା କିଛି ନିଆରା । ମରାଠୀ ଲୋକମାନେ ଘରେ ଘରେ ଗଣେଶ ସ୍ଥାପନା କରିଥାଆନ୍ତି । ବିଶେଷ କରି ମୁମ୍ବାଇର ଲାଲବାଗରେ ଗଣେଶ ପୂଜା ସମସ୍ତଙ୍କୁ ଆକର୍ଷିତ କରିଥାଏ । ଯେଉଁଛି ଅଭିନେତା, ଅଭିନେତ୍ରୀଙ୍କ ଠାରୁ ଆରମ୍ଭ କରି ଅମ୍ବାନୀ ପରିବାରଙ୍କୁ ଦେଖିବାକୁ ମିଳିଥାଏ । ତେବେ ଚଳିତ ବର୍ଷର ଲାଲବାଗ ରାଜାଙ୍କୁ ପ୍ରଥମ ଝଲକ ବାହାରକୁ ଆସିଛି ।
ଲାଲବାଗ ରାଜାଙ୍କ ମୂର୍ତ୍ତି ବିଶାଳ ଆକୃତିର । ଦକ୍ଷିଣ ହସ୍ତରେ ଚକ୍ର ଏବଂ ବାମ ହସ୍ତରେ ଶଙ୍ଖ, ଗଦା ସହ ମସ୍ତକରେ ସୁନେଲି ରଙ୍ଗର ମୁକୁଟ ମୁଖ ମଣ୍ଡଳ ଶୋଭା ବର୍ଦ୍ଧନ କରୁଛି । ଆଉ ଦେହରେ ଖଇରିଆ ରଙ୍ଗ ବସ୍ତ୍ର । ମୂର୍ତ୍ତିର ଆକୃତି ପ୍ରାୟ ୨୦ ଫୁଟରେ ଅଟେ ।
ଲାଲବାଗ ରାଜା ଗଣେଶ ପୂଜା ଦୀର୍ଘ ୧୦ ଧରି ଚାଲିଥାଏ । ରାଜ୍ୟ ସହିତ ରାଜ୍ୟ ବାହାରର ଲୋକେ ମଧ୍ୟ ତାଙ୍କ ଦର୍ଶନ ପାଇଁ ଭିଡ଼ ଲଗାଇଥାଆନ୍ତି । ଅଗଷ୍ଟ ୨୭ରେ ଆରମ୍ଭ ହୋଇ ସେପ୍ଟମ୍ବର ୬ ଅନନ୍ତ ଚତୁର୍ଦ୍ଦଶୀରେ ଶେଷ ହେବ ପୂଜା ।