ରାୟପୁର: ଛତିଶଗଡରେ ସମସ୍ତ ମଦ ଦୋକାନ କ୍ୟାସଲେସ ହେବାକୁ ଯାଉଛି । ଶୀଘ୍ର ସମସ୍ତ ମଦ ଦୋକାନରେ କେବଳ ଅନଲାଇନ ପେମେଣ୍ଟରେ ମଦ ବିକ୍ରି ହେବ । ରାଜ୍ୟର ଅବକାରୀ ବିଭାଗର ବୈଠକ ପରେ ଏହି ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ ଲଖନଲାଲ ଦେବାଙ୍ଗନ।
ମନ୍ତ୍ରୀ କହିଛନ୍ତି ମଦ ଦୋକାନରେ ସିସିଟିଭି କ୍ୟାମେରା ଲଗାଯିବ ଏବଂ ମୁଖ୍ୟାଳୟରୁ ୨୪ ଘଣ୍ଟା ନଜର ରଖାଯିବ । ମଦର ବେଆଇନ ବିକ୍ରି ଓ ମାଦକ ପଦାର୍ଥ ପ୍ରସ୍ତୁତି, ଷ୍ଟକ, ପରିବହନ ଓ ବିକ୍ରି ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନାଯୋଗ୍ୟ, ଗତ ସରକାରରେ ୩୨୦୦ କୋଟି ଟଙ୍କାର ମଦ ଦୁର୍ନୀତି ହୋଇଥିଲା ।
ଅବକାରୀ ମନ୍ତ୍ରୀ ଲଖନଲାଲ ଦେବାଙ୍ଗନ କହିଛନ୍ତି, ମଦ ଦୋକାନରେ ଅନଲାଇନ ପେମେଣ୍ଟ ଲାଗୁ କରାଯିବ । ମଦ ଦୋକାନରେ ଶତ ପ୍ରତିଶତ ଅର୍ଥ ପୈଠ ଅନଲାଇନ ଜରିଆରେ ହେବ । ଏଥିରେ ତ୍ରୁଟିରେ ସୁଧାର ଆସିବ । ହୋଟେଲ୍, ଢାବା ଏବଏବଂ ଫାର୍ମା ହାଉସରେ ମଦର ବେଆଇନ ବିକ୍ରି ଓ ସେବନ ଉପରେ କଡା ନଜର ରଖାଯିବ ।
ମନ୍ତ୍ରୀ ଫାର୍ମ ହାଉସରେ ମଦ ପାର୍ଟି ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ସମୟରେ ମନ୍ତ୍ରୀ ମଦ ଦୋକାନର ବ୍ୟବସ୍ଥା, ଲାଇସେନ୍ସ ପ୍ରଣାଳୀ, ମାର୍କେଟିଂ କର୍ପୋରେସନ ଓ ବାର କ୍ଲବ ସଞ୍ଚାଳନ ବିଷୟରେ ପଚାରି ବୁଝିଥିଲେ । ବୈଠକରେ ରାଜସ୍ୱ ଲକ୍ଷ୍ୟ ପ୍ରାପ୍ତି ନେଇ ମଧ୍ୟ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି ।
Also read: ବିଜେପି ଅଧ୍ୟକ୍ଷ ପଦ ଦୌଡରେ ସବୁଠୁ ଆଗରେ ଶିବରାଜ ସିଂ ! ଭାଗବତଙ୍କ ସହ ମିଟିଂ ପରେ ଚର୍ଚ୍ଚା ଜୋର