ନୂଆଦିଲ୍ଲୀ: ଭାରତରୁ ଆମଦାନି ହେଉଥିବା ସାମଗ୍ରୀ ଉପରେ ଆମେରିକା ୫୦ ପ୍ରତିଶତ ଶୁଳ୍କ ଲାଗୁ କରିବାକୁ ଯୋଜନା ଘୋଷଣା କରିଛି। ଏହା ସେହି ଶୁଳ୍କ ଯାହା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୂର୍ବରୁ ଘୋଷଣା କରିସାରିଛନ୍ତି।
ଆମେରିକାର ଗୃହ ସୁରକ୍ଷା ବିଭାଗ ଏକ ଡ୍ରାଫ୍ଟ ନୋଟିସ ଜାରି କରି ଏହାର ରୂପରେଖା ଉପସ୍ଥାପନ କରିଛି। ରୁଷ ଏବଂ ୟୁକ୍ରେନ ମଧ୍ୟରେ ଶାନ୍ତି ଚୁକ୍ତି ପାଇଁ ପ୍ରୟାସ ଅଟକି ରହିଥିବା ପରି ମନେ ହେଉଥିବା ବେଳେ ଏହି ପଦକ୍ଷେପ ନିଆଯାଉଛି।
ନୋଟିସରେ ସ୍ପଷ୍ଟ ଭାବରେ ଉଲ୍ଲେଖ ଅଛି ଯେ ଏହି ବର୍ଦ୍ଧିତ ଶୁଳ୍କ ଭାରତର ସେହି ଉତ୍ପାଦଗୁଡ଼ିକ ଉପରେ ଲାଗୁ ହେବ ଯାହାକୁ ୨୭ ଅଗଷ୍ଟ, ୨୦୨୫ ଦିନ ୧୨ଟା ୦୧ ପରେ ବ୍ୟବହାର ପାଇଁ ଆମଦାନି କରାଯିବ କିମ୍ବା ଗୋଦାମରୁ ବାହାର କରାଯିବ।
ଟ୍ରମ୍ପ୍ ଚଳିତ ମାସ ଆରମ୍ଭରେ ଭାରତୀୟ ସାମଗ୍ରୀ ଉପରେ ଶୁଳ୍କ ୨୫ ପ୍ରତିଶତରୁ ୫୦ ପ୍ରତିଶତକୁ ବୃଦ୍ଧି କରିବାକୁ ଘୋଷଣା କରିଥିଲେ, ଯାହା ରୁଷରୁ ତେଲ କିଣିବା ଯୋଗୁଁ ଲାଗୁ କରାଯାଉଛି। ଆମେରିକାର ଏହି ସମୟସୀମା ଅଗଷ୍ଟ ୨୭ରେ ଶେଷ ହେଉଛି।
ଅଧିକ ପଢ଼ନ୍ତୁ: ଋଣ ନେଉଥିବା ଲୋକଙ୍କ ପାଇଁ ଖୁସି ଖବର ଦେଲା ଅର୍ଥ ମନ୍ତ୍ରାଳୟ