ଭୁବନେଶ୍ୱର: ରାତି ପାହିଲେ ଗଣେଶ ପୂଜା। ଧରାପୃଷ୍ଠକୁ ଅବତରଣ କରିବେ ବିଘ୍ନହର୍ତ୍ତା ପ୍ରଭୁ ଗଜାନନ। ଏପରିକି ସବୁ ପୂଜା ମଣ୍ଡପରେ ପୂଜା ପାଇବେପୂଜ୍ୟ ପ୍ରଭୁ ବିନାୟକ। ସେଥିପାଇଁ ମୂର୍ତ୍ତୀ ନିର୍ମାଣ ଠୁଁ ଆରମ୍ଭ କରି ସାଜସଜ୍ଜା ଇତ୍ୟାଦି କ୍ଷେତ୍ରରେ ବ୍ୟାପକ ପ୍ରସ୍ତୁତି ଚାଲିଛି। ତେବେ ଲୋକଙ୍କୁ ସୁହାଇଲା ଭଳି ଦରରେ ଏଥର ବିକ୍ରି ହେଉଛି ଗଜାନନ ଗଣପତିଙ୍କ ମୁର୍ତ୍ତି। କୁମ୍ଭାର ଗଢ଼ି ଦେଉଛି ଖୁବ ସୁନ୍ଦର ସୁନ୍ଦର ପ୍ରତିମୂର୍ତ୍ତି। ପୂଜାର ଭରପୁର ମଜା ନେବା ପାଇଁ ଦୂର ଦୁରାନ୍ତରେ ରହୁଥିବା ଲୋକେ ଏବେ ଘର ମୁହାଁ ହୋଇଛନ୍ତି।
ତେବେ ମାଟି ଓ ଅନ୍ୟ ପଦାର୍ଥ ରେ ନିର୍ମାଣ ସୁନ୍ଦର ସୁନ୍ଦର ମୂର୍ତ୍ତି କରାଯାଉଥିବା କାରିଗର ମାନେ ଦିନ ରାତ୍ରି ତିଆରିରେ ଲାଗିପଡିଛନ୍ତି। ୧ ଫୁଟ ଉଚ୍ଚତା ରୁ ପ୍ରାୟ ୧୦ଫୁଟ ଉଚ୍ଚତା ବିଶିଷ୍ଟ ପ୍ରତିମୂର୍ତ୍ତି ନିର୍ମାଣ କରୁଛନ୍ତି କାରୀଗର। ଭଗବାନ ଶିବ, ସପ୍ତଫେଣୀ ନାଗ, ଦଶାବତାର,ବାହୁବଲି ଭଳି ବିଭିନ୍ନ ଢ଼ଙ୍ଗରେ ନିର୍ମାଣ କରାଯାଉଛି ପ୍ରଭୁ ଗଣେଶଙ୍କ ମୁର୍ତ୍ତି। କାରିଗର ମାନେ ମାଟି ମୂର୍ତ୍ତି ତିଆରି କରିବା ପରେ ଏବେ ପଲିସ କରୁଛନ୍ତି। ବିଭିନ୍ନ ଉଚ୍ଚତା ର ମୂର୍ତ୍ତି ସବୁ ରଖାଯାଇଛି। କେଉଁଥିରେ ଧଳା ରଙ୍ଗ ପ୍ରଥମେ ଦେଇ ସ୍ପ୍ରେ କରୁଛନ୍ତି କାରିଗର ତ ଆଉ କେଉଁଥିରେ ଗଣେଶ ମୂର୍ତ୍ତିରେ ଆଖିର ଉପର ରଙ୍ଗ ଲଗାଉଛନ୍ତି। ଗଣେଶ ମୂର୍ତ୍ତି ୩୦୦ ଟଙ୍କା ରୁ ଆରମ୍ଭ କରି ୨୫୦୦୦ଟଙ୍କା ରହିଛି। ମୂର୍ତ୍ତିଭିତରେ ରେ ବ୍ୟବହାର କରାଯାଉଥିବା କାଠ ଫ୍ରେମ, ରଙ୍ଗ ର ଦର ଅଧିକ ଥିବାରୁ ଲାଭ କମ ହେଉଛି ବୋଲି କାରିଗର ମାନେ କହିଛନ୍ତି।