ଭୁବନେଶ୍ୱର: ଭୁବନେଶ୍ୱର ଏୟାରଫିଲ୍ଡ ଥାନା ନିୟୁ ଆଜାଦନଗରରେ ବୋମା ବିସ୍ଫୋରଣରେ ଗୁରୁତର ହୋଇ ଚିକିତ୍ସାଧୀନ ଥିବା ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ମୁଖ୍ୟ ଅଭିଯୁକ୍ତ ସେହନୱାଜ ମଲ୍ଲିକ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛି । ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛି ।
ଗତ ୨୭ ତାରିଖରେ ଆଜାଦନଗରେ ବୋମା ଭିଡ଼ୁଥିବା ବେଳେ ବିସ୍ଫୋରଣ ହୋଇଥିଲା । ଏଥିରେ ୪ ଜଣ ବ୍ୟକ୍ତି ଗୁରୁତର ହୋଇଥିଲେ । ସେହନୱାଜ ମଲ୍ଲିକ, ସେହନୱାଜର ମାଆ, ବାନ୍ଧବୀ ଏବଂ ସାଙ୍କ ଅମୀୟ ରଞ୍ଜନ ମଲ୍ଲିକ । ସେହନୱାଜ ନାମରେ ୭ଟି ମାମଲା ରହିଛି । ସେ ନିକଟରେ ଜାମିନରେ ଜେଲରୁ ମୁକୁଳିଥିଲା । ଏଥିରେ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ଘଟଣା ସ୍ଥଳରୁ ଆଉ କୌଣସି ବୋମା ମିଳି ନାହିଁ । କିନ୍ତୁ ସେମାନେ ଅପରାଧିକ ଶ୍ରେଣୀର ଅଟନ୍ତି ।
ସେହନୱାଜ ନିଜ ମା ଏବଂ ବାନ୍ଧାବୀ ସହିତ ପ୍ରଥମ ମହଲାରେ ଭଡ଼ାରେ ରହୁଥିଲା । ଘରର ମାଲିକ ରହୁନଥିବାରୁ ତାହାର ସୁଯୋଗ ନେଇ ସେହନୱାଜ ଉପର ମହଲାରେ ବୋମା ତିଆରି କରୁଥିଲା । ବୋମା ଭିଡ଼ୁଥିବା ସମୟରେ ଏହି ବିସ୍ଫୋରଣ ହୋଇଥିଲା ।