ଭୁବନେଶ୍ୱର: ପର୍ଯ୍ୟଟକଙ୍କୁ ଅଭୂତପୂର୍ବ ଆନନ୍ଦ ଦେବାକୁ ଆରମ୍ଭ ହୋଇଛି କାରାଭ୍ୟାନ୍ ସେବା। କାରାଭ୍ୟାନ୍ ଟୁରିଷ୍ଟ ସେବାର ଦ୍ୱିତୀୟ ପର୍ଯ୍ୟାୟର ଆଜି ଶୁଭାରମ୍ଭ ହୋଇଛି। ଆଜି ଧଉଳି ପର୍ଯ୍ୟଟନ କ୍ଷେତ୍ରରୁ ଏହାର ୨ୟ ପର୍ଯ୍ୟାୟର ଶୁଭାରମ୍ଭ ହୋଇଛି। VGF ଯୋଜନା ଦ୍ୱାରା ଏହାର ଶୁଭାରମ୍ଭ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।
ପର୍ଯ୍ୟଟନ କ୍ଷେତ୍ରରେ ଏହା ଅତ୍ୟାଧୁନିକ ଓ ଆରାମଦାୟକ ସେବା ଯୋଗାଇବ। ଗାଡ଼ିରେ ଶୌଚାଳୟ ଠାରୁ ଶୋଇବା ସହ କିଚେନ୍ ବ୍ୟବସ୍ଥା ରହିଛି। ଏହା ହୀରାକୁଦ, ଦେବ୍ରିଗଡ଼, ଶିମିଳିପାଳ, ଚିଲିକା, ଭିତରକନିକା, ସାତକୋଶିଆ, ଦେଓମାଳି ଭଳି ପର୍ଯଟନ କ୍ଷେତ୍ରରେ ସେବା ଉପଲବ୍ଧ ହେବ।
ଏହା ଓଡ଼ିଶାର ବିଳାସପୂର୍ଣ୍ଣ କାରାଭାନ୍। ପ୍ରଥମ ପର୍ଯ୍ୟାୟରେ ଜାନୁୟାରୀ ୨୫ରେ ହୋଇଥିବା ବେଳେ ଆଜି ଦ୍ୱିତୀୟ ପର୍ଯ୍ୟାୟର ଶୁଭାରମ୍ଭ ହୋଇଛି। ଏହାର ପରିଚାଳନା ଦାୟିତ୍ୱରେ ଥିବା ବିକାଶ ଇକୋ ରିସୋର୍ଟସ୍ ପୂର୍ବରୁ ଚିଲିକାରେ ପ୍ରଥମ ବିଳାସପୂର୍ଣ୍ଣ କ୍ରୁଜ୍ ଚଳାଇଥିଲା ବେଳେ ଏବେ ରାଜ୍ୟରେ କାରାଭ୍ୟାନ୍ ସେବା ଆରମ୍ଭ କରିଛନ୍ତି।
ଅଧିକ ପଢନ୍ତୁ: ହ୍ୱାଟ୍ସଆପ୍ରେ ମିଳିବ ରାଜସ୍ୱ ସେବା; ଅଫିସ୍କୁ ନଯାଇ ଘରେ ବସି ଲୋକେ ପାଇବେ ସବୁ ସୁବିଧା