ଭୁବନେଶ୍ୱର: ଏଣିକି ହ୍ୱାଟସଆପରେ ମିଳିବ ରାଜସ୍ୱ ସେବା। ଯାହା ଦ୍ୱାରା ନାଗରିକମାନେ ଅଫିସ୍କୁ ନଯାଇ ଜମି ସମ୍ବନ୍ଧୀୟ ଅଭିଯୋଗ ଏବଂ ଆବେଦନ ପଞ୍ଜୀକରଣ ଏହା ମାଧ୍ୟମରେ କରିପାରିବେ।ଏନେଇ ବଡ଼ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି, ଏଣିକି ରାଜସ୍ୱ ବିଭାଗ ୨୪ ଘଣ୍ଟିଆ ସେବା ଯୋଗାଇବ। ଜମି ଜମା ବାବଦରେ ସମସ୍ତ ଅଭିଯୋଗ ଓ ଆବେଦନ ଗ୍ରହଣ କରାଯିବ। ଏହାସହ ସମୟ ସୀମା ମଧ୍ୟରେ ସମସ୍ୟାର ସମାଧାନ ମଧ୍ୟ କରାଯିବ। ଏହାଦ୍ୱାରା ଦୁର୍ନୀତି ବନ୍ଦ ହେବା ସହ ବାରମ୍ବାର ଲୋକଙ୍କୁ ଆଉ ତହସିଲ ଅଫିସକୁ ଦୌଡ଼ିବାକୁ ପଡ଼ିବ ନାହିଁ। ଯଦି ସମୟ ଭିତରେ ସମସ୍ୟା ସମାଧାନ କରାନଯାଏ କିମ୍ବା ଦୁର୍ନୀତି ଅଭିଯୋଗ ଆସେ ତେବେ ସଂପୃକ୍ତ ଅଧିକାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତାକାଲି ଏହି ହ୍ୱାଟ୍ସଆପ୍ ସେବାର ଶୁଭାରମ୍ଭ କରିବେ। ଏହି ଶୁଭାରମ୍ଭ ଓଡ଼ିଶାରେ ଡିଜିଟାଲ୍ ଶାସନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଅଧିକାରୀମାନେ ଆଶା କରୁଛନ୍ତି ଯେ ଏହି ସେବା ରାଜ୍ୟ ସାରା ହଜାର ହଜାର ନାଗରିକଙ୍କୁ, ବିଶେଷକରି ଗ୍ରାମାଞ୍ଚଳର ନାଗରିକମାନଙ୍କୁ, ଯେଉଁମାନେ ପ୍ରାୟତଃ ପ୍ରଶାସନିକ ବାଧା ସହିତ ସଂଘର୍ଷ କରନ୍ତି, ଉପକୃତ କରିବ।
ସେହିପରି କାମ ନହେଲେ ସିଧାସଳଖ ରାଜସ୍ୱ ମନ୍ତ୍ରୀଙ୍କ ପାଖକୁ ମଧ୍ୟ whatsaap କରିପାରିବେ ଅଭିଯୋଗକାରୀ। ଆସନ୍ତାକାଲି whatsapp ସେବାକୁ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିବେ। ଏହାସହ ୫୫ ଟି ତହସିଲ ଅଫିସକୁ ରେଜିଷ୍ଟ୍ରି ଅଫିସରେ ରୂପାନ୍ତରିତ କରାଯିବ ନେଇ ସେ ସୂଚନ ଦେଇଛନ୍ତି। ସ୍ୱଚ୍ଛତା ଏବଂ ଦକ୍ଷତା ବୃଦ୍ଧି କରିବା ପାଇଁ ବିଭାଗ ଏହି ସେବା ଡିଜାଇନ୍ କରିଛି। ଏହି ପଦକ୍ଷେପ ରାଜସ୍ୱ ପ୍ରଶାସନକୁ ଆଧୁନିକୀକରଣ ଏବଂ ସେବାଗୁଡ଼ିକୁ ଅଧିକ ସୁଲଭ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ।
ଅଧିକ ପଢନ୍ତୁ: ସଚିବସ୍ତରୀୟ ବୈଠକ ଅନୁଷ୍ଠିତ, ବଜେଟର ଖର୍ଚ୍ଚ ଓ ରାଜସ୍ୱ ଆଦାୟ ସ୍ଥିତି ସମୀକ୍ଷା