ଭୁବନେଶ୍ୱର : ସମଗ୍ର ବିଶ୍ୱରେ କ୍ୟାନ୍ସର ଏକ ମହାମାରୀ ରୋଗ ଭାବେ ଆତଙ୍କ ଖେଲାଇଛି। ବୟସ୍କ, ଯୁବକ ଯୁବତୀମାନେ ଏବଂ ଛୋଟ ପିଲାମାନେ କର୍କଟ ରୋଗର ଶିକାର ହେଉଛନ୍ତି। ଦିନକୁ ଦିନ କର୍କଟ ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଏପରିସ୍ଥଳେ ସଚେତନ ହିଁ ଏକମାତ୍ର ଆବଶ୍ୟକତା। ତେଣୁ କରି ପ୍ରତିବର୍ଷ ଫେବୃଆରୀ ୪ ତାରିଖକୁ ବିଶ୍ୱ କର୍କଟ ଦିବସ ରୂପେ ସମଗ୍ର ବିଶ୍ୱରେ ପାଳନ କରାଯାଏ। ତେବେ କର୍କଟ ରୋଗ ସମ୍ପର୍କରେ ଲୋକମାନଙ୍କୁ ଶିକ୍ଷିତ କରିବା, ସଚେତନ କରାଇବା ଏବଂ ଏହି ମାରାତ୍ମକ ରୋଗ ବିରୁଦ୍ଧରେ ସରକାର ସମୟୋଚିତ ପଦକ୍ଷେପ ନେବା ଏହି ଦିବସ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ।
ମାରାତ୍ମକ ରୋଗ ପାଇଁ ବର୍ତ୍ତମାନ ଅତ୍ୟାଧୁନିକ ଜ୍ଞାନ କୌଶଳ ପଦ୍ଧତି ଦ୍ବାରା ଚିକିତ୍ସା କରାଯାଇପାରୁଛି। ତେବେ ସାଧାରଣ ଲୋକେ ସଚେତନ ରହିଲେ କର୍କଟ ରୋଗର ନିରାକରଣ ସମ୍ଭବ ହେଇପାରିବ ବୋଲି ଡାକ୍ତରଙ୍କ ମତ ରହିଛି। କର୍କଟ ରୋଗରେ ପୀଡିତ ରୋଗୀ କେବେବି ଭୟଭୀତ ନ ହୁଅନ୍ତୁ ନାହିଁ। ବର୍ତ୍ତମାନ ଅତ୍ୟାଧୁନିକ ଜ୍ଞାନ କୌଶଳ ଏବଂ ଉନ୍ନତ ମାନର ଚିକିତ୍ସା ସେବା ଦ୍ୱାରା କର୍କଟ ରୋଗର ନିରାକରଣ କରାଯାଇପାରୁଛି। ଏଥିସହିତ ରୋଗର ମୂଳୋତ୍ପାଟନ ପାଇଁ ସରକାରୀ ଏବଂ ବେସରକାରୀ ସ୍ତରରେ ମଧ୍ୟ ବ୍ୟାପକ ଭାବେ ସଚେତନତା ସୃଷ୍ଟି କରାଯାଉଛି।
ଜାତୀୟ କ୍ୟାନ୍ସର ସଚେତନତା ଦିବସ ପ୍ରତିବର୍ଷ ନଭେମ୍ବର ୭ ତାରିଖ ଦିନ ପାଳିତ ହୋଇଥାଏ। ଏହି ଦିବସ ପାଳନ ଭାରତୀୟ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ୨୦୧୪ ମସିହାରେ ଆରମ୍ଭ ହୋଇଥିଲା। କ୍ୟାନ୍ସର ରୋଗର ଚିକିତ୍ସା ତଥା ନିରାକରଣ ସହିତ ଏହି ରୋଗର ପୂର୍ବାନୁମାନ ବିଷୟରେ ସଚେତନତା ସୃଷ୍ଟି କରିବା ଏହି ଦିବସର ମୁଖ୍ୟ ଉଦେଶ୍ୟ। ଏହି ଦିବସ ପାଳନ ଦ୍ୱାରା ଲୋକ ମାନେ କର୍କଟ ରୋଗର ପୂର୍ବ ଲକ୍ଷଣ ତଥା ଜୀବନ ଚର୍ଯ୍ୟାରେ କେଉଁ ପରିବର୍ତ୍ତନ ଦ୍ୱାରା ଏହି ରୋଗର ସମ୍ଭାବନାକୁ ଏଡା ଯାଇପାରିବ, ସେ ସଂକ୍ରାନ୍ତରେ ଜନସାଧାରଣଙ୍କୁ ସଚେତ କରାଯିବା ନିହାତି ଆବଶ୍ୟକ।
ଅଧିକ ପଢନ୍ତୁ ; ରାଜଧାନୀରେ କୋହଲା ପାଗ ଅନୁଭୂତ : ପୁଣି ଶୀତ ପୋଷାକ ପିନ୍ଧିଲେ ଲୋକେ