ଜଳେଶ୍ୱର: ବାଲେଶ୍ୱର ଜଳେଶ୍ୱରରେ ୫ଟି ଦୋକାନ ଉପରେ ମାଡ଼ିଗଲା ହାଇୱା ଟ୍ରକ୍ । ସବୁକିଛି ଭାଙ୍ଗି ରୁଜି ଚୁରମାର୍ କରିଦେଲା । କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ଧାରାଣାରେ ବସିଛନ୍ତି ।
ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଜଳେଶ୍ୱର ଚନ୍ଦନେଶ୍ୱର ୫୭ ନଂ ରାଜ୍ୟ ରାଜପଥ ଚୌକି ନିକଟରେ ଏକ ହାଇୱା ଗାଡ଼ି ବିଳମ୍ବିତ ରାତିରେ ୫ଟି ଦୋକାନ ଉପରେ ମାଡ଼ି ଯାଇଛି । ଚନ୍ଦନେଶ୍ୱର ପଟୁ OD-22-W 3202 ନମ୍ବର ଏକ ହାଇୱା ଅତି କ୍ଷିପ୍ର ବେଗରେ ଥାନା ଛକ ଅଭିମୁଖେ ଆସୁଥିବା ବେଳେ ଚୌକି ମାର୍କେଟ ନିକଟରେ ହିନ୍ଦୁ ସମ୍ମିଳନୀ ପାଇଁ ବନ୍ଧା ଯାଇଥିବା ଗେଟକୁ ଧକ୍କା ଦେବା ସହ ରାସ୍ତା କଡରେ ଥିବା ରୁ ଉର୍ଦ୍ଧ ଦୋକାନ ଉପରେ ଚଢ଼ିଯାଇଥିଲା।
ସ୍ଥାନୀୟ ଲୋକ ଓ ଦୋକାନୀମାନେ ଗାଡି ଟିକୁ ଅଟକାଇବା ପାଇଁ ବହୁ ଚେଷ୍ଟା କରିବା ପରେ ଗାଡ଼ି ଚାଳକଙ୍କୁ କାବୁ କରିଥିଲେ। ଏ ନେଇ ଭୋଗରାଇ ଥାନାକୁ ଖବର ଦେବା ପରେ ପୋଲିସ ଘଟଣା ସ୍ଥଳରେ ପହଁଚି ଡ୍ରାଇଭର ଜଣକୁ ଥାନାକୁ ନେବାବେଳେ ସ୍ଥାନୀୟ ଲୋକେ ପ୍ରବଳ ବିରୋଧ କରିଥିଲେ। ତେବେ ଏହାକୁ ନେଇ ଉଭୟ ପୋଲିସ ଓ ଜନସାଧାରଣଙ୍କ ଭିତରେ କଥା କଟାକଟି ହେବାର ଦେଖିବା ପାଇଁ ମିଳିଥିଲା। କିନ୍ତୁ ପୋଲିସ ଦୋଷୀ ପ୍ରତି ଉଚିତ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ କ୍ଷତି ହୋଇଥିବା ଦୋକାନୀଙ୍କୁ ନ୍ୟାୟ ଦିଆ ଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ସ୍ଥାନୀୟ ଲୋକେ ଡ୍ରାଇଭରକୁ ପୋଲିସକୁ ହସ୍ତାନ୍ତର କରିଥିଲେ ।