ଭୁବନେଶ୍ୱର : ରାଜଧାନୀରେ ସକାଳୁ ସକାଳୁ କୋହଲା ପାଗ ଅନୁଭୂତ। ତେଣୁ ସକାଳୁ ସମସ୍ତେ ଶୀତ ପୋଷାକ ପିନ୍ଧି ଗାଡି ଚାଲାଣ କରୁଛନ୍ତି। କେବଳ ରାଜଧାନୀ ଭୁବନେଶ୍ୱର ନୁହେଁ କଟକ ସହରରେ ମଧ୍ୟ ସକାଳୁ ସକାଳୁ କୁହୁଡି ସାଙ୍ଗକୁ କୋହଲା ପାଗ ଅନୁଭୂତ ହେଉଛି। ତେବେ ଆହୁରି ୨ ଦିନ ପର୍ଯ୍ୟନ୍ତ ଏହିପରି କୋହଲା ପାଗ ଟ୍ୱିନ ସିଟିରେ ଅନୁଭୂତ ହେବ ବୋଲି ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଜାରି ହୋଇଛି।
ସୂଚନା ଅନୁସାରେ, ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ଦୁଇ ଦିନ ମଧ୍ୟରେ ରାଜ୍ୟରେ ଶୀତ ସମ୍ପୂର୍ଣ ଅଦୃଶ୍ୟ ହୋଇଯିବ। ଏପରିକି ରାତିର ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରି ବଢିବ। ଯାହାଫଳରେ ରାତି ତାପମାତ୍ରା ୧୬ ଡିଗ୍ରି ମଧ୍ୟରେ ରହିବ ବୋଲି ସୂଚନା ରହିଛି। ଭୁବନେଶ୍ୱର , କଟକ ,ଭଦ୍ରକ, ଜଗତ୍ସିଂହପୁର, ପୁରୀ, ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ ଜିଲ୍ଲାରେ କିଛି ପରିମାଣର ତାପମାତ୍ରା ବୃଦ୍ଧି ପାଇ ପାରେ। ଏପରିକି ଚଳିତ ବର୍ଷ ତାତି ମଧ୍ୟ ମାତ୍ରାଧିକ ବଢିପାରେ ବୋଲି ପାଣିପାଗ ସୂଚନା ଦେଇଛି।
ଅଧିକ ପଢନ୍ତୁ ; ଗଞ୍ଜାମରେ ବଢ଼ିଲା କୃଷ୍ଣସାର ମୃଗ ସଂଖ୍ୟା, ୯୨୮୭କୁ ବୃଦ୍ଧି