ବଲାଙ୍ଗୀର: ଛୋଟ ଛୋଟ ପିଲାଙ୍କ ମାନସିକତା ଧିରେ ଧିରେ କଳୁଷିତ ହେବାକୁ ବସିଲାଣି । ବଲାଙ୍ଗୀରରୁ ଏକ ଲଜ୍ଜା ଜନକ ଖବର ଆସିଛି । ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ତାର ସହପାଠୀମାନେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।
ବଲାଙ୍ଗୀର ତୁରେଇକେଲା ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ତାର ସହପାଠୀମାନେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ବିଦ୍ୟାଳୟରେ ଟ୍ୟୁସନ ସରିବା ପରେ ସହପାଠୀମାନେ ଏଭଳି କାଣ୍ଡ ଘଟାଇଥିଲେ । ସେହି ସମୟର ଭିଡ଼ିଓ ଉତ୍ତୋଳନ କରି ଭାଇରାଲ ମଧ୍ୟ କରିଥିଲେ । ଭିଡ଼ିଓ ଭାଇରାଲ ହେବା ପରେ ଛାତ୍ରୀ ଜଣକ ପରିବାର ସଦସ୍ୟଙ୍କୁ ଜଣାଇଥିଲେ । ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ପରେ ପୀଡ଼ିତାଙ୍କ ପରିବାର ସଦସ୍ୟ ବଲାଙ୍ଗୀର ଏସପିଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଥିଲା । ଏସପିଙ୍କ ନିର୍ଦ୍ଦେଶ ପରେ ୫ ଜଣ ନାବାଳକ ସହପାଠୀଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି ।