ଲାଞ୍ଚ ନେଇ ଧରାପଡ଼ିଲେ ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ। ୨୦ ହଜାର ଲାଞ୍ଚ ନେଉଥିବାବେଳେ JE ପ୍ରଦେଶ ନାୟକଙ୍କୁ ଧରିଛି ଭିଜିଲାନ୍ସ। ସମ୍ପୃକ୍ତ JE ହେଉଛନ୍ତି ପ୍ରଦେଶ ପ୍ରସାଦ ନାୟକ।
ସୂଚନାନୁଯାୟୀ, ମାଲକାନଗିରି TPSODLର କନିଷ୍ଠ ଯନ୍ତ୍ରୀ ପ୍ରଦେଶ ପ୍ରସାଦ ନାୟକ ଏବଂ ତାଙ୍କ ସହଯୋଗୀ ଭଞ୍ଜକିଶୋର ସ୍ଵାଇଁ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଯନ୍ତ୍ରୀ ଏକ ସିମେଣ୍ଟ ଇଟା ତିଆରି କରିବା କମ୍ପାନୀକୁ ବିଦ୍ୟୁତ ସଂଯୋଗ କରିବା ଲାଗି ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଆଜି ହିତାଧିକାରୀଙ୍କ ଠାରୁ ଟଙ୍କା ନେଲା ବେଳେ କନିଷ୍ଠ ଯନ୍ତ୍ରୀ ଓ ତାଙ୍କ ସହଯୋଗୀଙ୍କୁ ଭିଜିଲାନ୍ସ ମାଡ଼ି ବସିଥିଲା। ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି।
ଯନ୍ତ୍ରୀ ପ୍ରଦେଶ ପ୍ରସାଦ ନାୟକ ଓ ତାଙ୍କ ସହଯୋଗୀଙ୍କୁ ଡିଭିଜନ ଅଫିସରେ ନେଇ ପଚରାଉଚରା କରାଯାଉଛି। କୋରାପୁଟ ଭିଜିଲାନ୍ସ ତାଙ୍କ ବିରୋଧରେ ପିଏସ ମାମଲା ନଂ ୦୧/୨୦୨୬, ୭ପିସି (ସଂଶୋଧନ) ଆଇନ, ୨୦୧୮ ଅନୁଯାୟୀ ରୁଜୁ କରି ତଦନ୍ତ ଜାରି ରଖିଛି।
ଅଧିକ ପଢନ୍ତୁ: ବିଜେଡି ବିଧାୟକ ଅରୁଣ ସାହୁଙ୍କ ବହି "ପୀଡ଼ା"କୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା; କାହାକୁ କଲେ ଏଭଳି ଇଙ୍ଗିତ