କେନ୍ଦ୍ରାପଡା: କେନ୍ଦ୍ରାପଡା ସଦରଥାନା ଅନ୍ତର୍ଗତ କାକତିଆ-ଗିରିଗୋଲା ରାସ୍ତାର ନଛିପୁର ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏହି ଦୁର୍ଘଟଣାରେ ଜଣେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି। ନିକଟରେ ଥିବା ଜଳସମ୍ପଦ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଯୁବକ ଜଣଙ୍କ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବାର ଆଜି ସକାଳୁ ଲୋକେ ଦେଖିବାକୁ ପାଇଥିଲେ। ମୃତ୍ୟୁର କାରଣ ଜଣାପଡି ନ ଥିଲେ ସୁଦ୍ଧା ପୂର୍ବ ରାତିରେ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ମୃତ ଯୁବକ ସ୍ଥାନୀୟ ଡାବଳ ଗାଁର ବିମଳ ମଲ୍ଲିକ ବୋଲି ଜଣାପଡିଛି ।ଖବର ପାଇ ସଦର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି।