ଭୁବନେଶ୍ବର: ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ କନ୍ୟା ବିବାହ ଯୋଜନା । ଗଞ୍ଜାମରୁ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ମାଆ ତାରାତାରିଣୀଙ୍କ ପୀଠରୁ ହେବ ଶୁଭାରମ୍ଭ । ୧୮ ରୁ ୩୫ ବର୍ଷ ଭିତରେ ଥିବା ବେଳେ ବରର ବୟସସୀମା କନ୍ୟାର ବୟସ ୨୧ ରୁ ୩୫ ବର୍ଷ ହେବା ଦରକାର । ଲାଭାର୍ଥୀଙ୍କୁ ୬୦ ହଜାର ଲେଖାଏଁ ଦିଆଯିବ । ବିବାହର ସବୁ ଖର୍ଚ୍ଚ ସରକାର ବହନ କରିବେ । ସାମୁହିକ ବିବାହରେ ପ୍ରାୟ ୨୦୦ ଦମ୍ପତି ଯୋଗଦେବେ।
ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଦିନ ପ୍ରାୟ ପ୍ରାୟ ୧୨ଟା ୩୦ରେ ମା' ତାରାତାରିଣୀ ମନ୍ଦିର ସନ୍ନିକଟ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିବେ ଏବଂ ସେଠାରୁ କାର୍ଯ୍ୟକ୍ରମ ସ୍ଥଳକୁ ଯାଇ ଦିନ ପ୍ରାୟ ୧୨ଟା ୪୦ରୁ ଅପରାହ୍ନ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା କାର୍ଯ୍ୟକ୍ରମରେ ଯୋଗଦେବେ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ସମ୍ମାନନୀୟ ଅତିଥିମାନଙ୍କୁ ସ୍ଵାଗତ ଓ ସମ୍ମାନ ଜଣାଯିବା ପରେ, ଜନସାଧାରଣଙ୍କ ସଦୟ ଅବଗତି ନିମନ୍ତେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ସମ୍ପର୍କିତ ବିବିଧ ସୂଚନା ପ୍ରଦାନ କରାଯିବ।