ମୟୁରଭଞ୍ଜ: ଦେଶର ବର୍ତ୍ତମାନ ବ୍ୟାଘ୍ର ଗଣନା ଆରମ୍ଭ ହୋଇଛି । ମଙ୍ଗଳବାରଠାରୁ ଶିମିଳିପାଳ ଜାତୀୟ ଅଭୟାରଣ୍ୟରେ ବ୍ୟାଘ୍ର ଗଣନା ଆରମ୍ଭ ହୋଇଛି । ବାଘ ଗଣନା ପାଇଁ ଶିମିଳିପାଳ ଅଭୟାରଣ୍ୟ ପକ୍ଷରୁ ବ୍ୟାପକ ପ୍ରସ୍ତୁତ କରାଯାଇଛି । ବନ ବିଭାଗ ଶିମିଳିପାଳ ଅଭୟାରଣ୍ୟରେ କ୍ୟାମେରା ଲଗାଇଛି । ୨୭୫୦ ବର୍ଗ କିଲୋମିଟରେ ଜଙ୍ଗଲରେ ୭୦୦ଟି କ୍ୟାମେରା ଲଗାଇଯାଇଛି । ଏହା ପରେ ଫଟୋ ଉତ୍ତୋଳନ କରାଯାଇ ଏନଟିସିଏକୁ ହସ୍ତାନ୍ତର କରାଯିବ ।
ପୂର୍ବରୁ ନଭେମ୍ବର ୧୬, ୨୦୨୫ରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦୁଇଟି ପର୍ଯ୍ୟାୟରେ ଶିମିଳିପାଳରେ ବାଘ ଗଣନା କରାଯାଇଥିଲା । ପ୍ରଥମ ପର୍ଯ୍ୟାୟ ନଭେମ୍ବର ୨୨ ଏବଂ ଦ୍ଵିତୀୟ ପର୍ୟ୍ୟାୟ ଡିସେମ୍ବର ୧ରେ ହୋଇଥିଲା ।
ଏଠାରେ ଉଲ୍ଲେଖ ଯୋଗ୍ୟ, ୨୦୧୮ ବାଘ ଗଣନା ଅନୁଯାୟୀ ଓଡ଼ିଶାରେ ୨୮ଟି ବାଘ ଥିଲେ । ୨୦୨୨ରେ ଶିମିଳିପାଳରେ ୧୮ରୁ ୨୨ଟି ପ୍ରାପ୍ତବୟସ୍କ ବାଘ ରହିଥିବା ଏନ୍ଟିସିଏ ତଥ୍ୟ ଦେଇଥିଲା । ୨୦୨୪ରେ ରାଜ୍ୟ ସରକାର ପୁଣି ବାଘ ଗଣନା କରାଇଥିବା ବେଳେ ଶିମିଳିପାଳରେ ୨୭ଟି ପ୍ରାପ୍ତବୟସ୍କ ଓ ୮ଟି ଛୁଆବାଘ ଥିବା ସ୍ପଷ୍ଟ ହୋଇଥିଲା ।