ଭୁବନେଶ୍ୱର: କ୍ରମାଗତ ତିନି ଦିନ ହେବ ସୁନା ଏବଂ ରୁପା ଦରରେ ହ୍ରାସ ଦେଖିବାକୁ ମିଳିଛି । ମଙ୍ଗଳବାର ପୁଣି ଥରେ ସୁନା ଏବଂ ରୁପା ମୂଲ୍ୟରେ ହ୍ରାସ ହୋଇଛି । ଫଳରେ ମହଙ୍ଗା ମାଡ଼ରୁ ଗ୍ରାହକଙ୍କୁ ଟିକେ ଆଶ୍ୱସ୍ତି ମିଳିଛି ।
ଆଜି ଭୁବନେଶ୍ୱରରେ ୨୪ କ୍ୟାରେଟ୍ ସୁନା ଦର ୧୪୨୦ ଟଙ୍କା ହ୍ରାସ ପାଇଛି । ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ୍ ପିଛା ୧ ଲକ୍ଷ ୫୧ ହଜାର ୭୫୦ ଟଙ୍କା ରହିଛି । ଗତକାଲି ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୧ ଲକ୍ଷ ୫୩ ହଜାର ୧୭୦ ଟଙ୍କା ଥିଲା । ସେହିପରି ୨୨ କ୍ୟାରେଟ୍ ସୁନା ୧୩୦୦ ଟଙ୍କା ହ୍ରାସ ପାଇ ୧୦ ଗ୍ରାମ୍ ପିଛା ୧ ଲକ୍ଷ ୩୯ ହଜାର ୧୦୦ ଟଙ୍କା ରହିଛି । ଗତକାଲି ୧ ଲକ୍ଷ ୪୦ ହଜାର ୪୦୦ ଟଙ୍କା ଥିଲା ।
ସେହିପରି ଯଦି ରୁପା ମୂଲ୍ୟ ଦେଖିବା ସେଥିରେ ମଧ୍ୟ ହ୍ରାସ ଘଟିଛି । ରୁପା ଏକ କିଲୋଗ୍ରାମ ପିଛା ୨୦ ହଜାର ହ୍ରାସ ପାଇଥିବାବେଳେ ଆଜିର ଦର ରହିଛି ୨ ଲକ୍ଷ ୮୦ ହଜାର ଟଙ୍କା । ଗତକାଲି ରୁପା ମୂଲ୍ୟ କେଜି ପିଛା ୩ ଲକ୍ଷ ଟଙ୍କା ଥିଲା ।
ସେପଟେ ବିବାହ ଋତୁ ଚାଲିଥିବାରୁ ସୁନା ଏବଂ ରୁପା ମୂଲ୍ୟରେ ହ୍ରାସ ଘଟୁଥିବାରୁ ଗ୍ରାହକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ସୁନା ଦୋକାନରେ ପୁଣି ଥରେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳିଛି ।
୧ ଗ୍ରାମ ସୁନା ମୂଲ୍ୟ
ଫେବୃଆରୀ ୦୩, ୨୦୨୬- ୨୪କ୍ୟା. ୧୫,୧୭୫ ଟଙ୍କା - ୨୨କ୍ୟା. ୧୩,୯୧୦ ଟଙ୍କା
ଫେବୃଆରୀ ୦୨, ୨୦୨୬- ୨୪ କ୍ୟା. ୧୫,୩୧୭ ଟଙ୍କା – ୨୨କ୍ୟା. ୧୪,୦୪୦ ଟଙ୍କା
ଫେବୃଆରୀ ୦୧, ୨୦୨୬- ୨୪ କ୍ୟା. ୧୬,୦୫୮ ଟଙ୍କା – ୨୨କ୍ୟା. ୧୪,୭୨୦ ଟଙ୍କା